କନକ ବ୍ୟୁରୋ : ଜଳବାୟୁ ପରିବର୍ତ୍ତନ ଏବେ ଜଳଜୀବ ସହ ଜଙ୍ଗଲୀଜୀବଙ୍କ ଉପରେ ପ୍ରଭାବ ପକାଉଛି । କେଉଁଠି ଜଙ୍ଗଲ ଛାଡି ହାତୀ, ବାଘ ଭଳି ବନ୍ୟଜନ୍ତୁ ସହର ମୁହାଁ ହେଉଛନ୍ତି ତ କେଉଁଠି ଜଳବାୟୁ ପରିର୍ତ୍ତନ ସହ ନିଜକୁ ଖାପ୍ ଖୁଆଇ ନପାରି ଜଳଜୀବମାନେ ମୃତ୍ୟୁ ମୁଖରେ ପଡୁଛନ୍ତି । ଏହି କ୍ରମରେ ଏବେ ବ୍ରାଜିଲର ଅମାଜନ ଇଲାକାରେ ଡଲଫିନ୍ ମାନଙ୍କର ମୃତ୍ୟୁ ହେଉଥିବା ଦେଖିବାକୁ ମିଳୁଛି । ଗତ ୭ ଦିନ ମଧ୍ୟରେ ବ୍ରାଜିଲର ଅମେଜନ ଅଞ୍ଚଳରେ ୧୦୦ରୁ ଅଧିକ ଡଲଫିନଙ୍କର ମୃତ୍ୟୁ ହୋଇଛି ।

Advertisment

ସୂଚନା ମୁତାବକ ବ୍ରାଜିଲର ଅମାଜନ ଅଞ୍ଚଳରେ ଥିବା ଜଳାଶୟଗୁଡିକର ଜଳ କମିଯିବା ସହ ଜଳାଶଳୟର ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇବା ଯୋଗୁଁ ଏଭଳି ଘଟୁଥିବା କୁହାଯାଉଛି । କିଛି କିଛି ସ୍ଥାନରେ ଜଳର ତାପମାତ୍ରା ୧୨୦ ଡିଗ୍ରୀ ଫାରେନହାଇଟ ବା ୪୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଛି ।

ବୈଜ୍ଞାନିକମାନେ ଏହାକୁ ଏକ ଅସାଧାରଣ ବୋଲି କହିଛନ୍ତି । ତାଙ୍କ କହିବା ମୁତାବକ ଅମାଜନରେ ଦେଖାଦେଇଥିବା ଐତିହାସିକ ଶୁଖାପଣ ଏଭଳି ହୋଇଥାଇପାରେ । ବିଶ୍ୱର ସବୁଠାରୁ ବଡ ଜଳମାର୍ଗ ଅମେଜନ ନଦୀ ଅଟେ । ଏହି ସମୟରେ ଅମେଜନ ଅଞ୍ଚଳରେ ପ୍ରବଳ ତାପମାତ୍ରା ଓ ଜଳ ଶୁଖିଯାଉଥିବା କାରଣରୁ ଏହାର ପ୍ରଭାବ ନଦୀ ଉପରେ ପଡୁଛି ।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଡଲଫିନମାନଙ୍କ ଜୀବନ ରକ୍ଷା କରିବାକୁ ସେମାନଙ୍କୁ ଅନ୍ୟ ଜଳାଶୟକୁ ସ୍ଥାନାନ୍ତର କରାଯାଉଛି । ଏହି କାମରେ ଲାଗିଥିବା ରିସର୍ଚ୍ଚରଙ୍କ ମୁତାବକ ଡଲଫିନମାନଙ୍କୁ ସ୍ଥାନାନ୍ତର କରିବା ଏତେ ସହଜ ନୁହେଁ । ଡଲଫିନ ମାନଙ୍କୁ ସ୍ଥାନାନ୍ତର କରିବା ପୂର୍ବରୁ ସେମାନଙ୍କୁ ଯେଉଁ ଜଳାଶୟକୁ ନିଆଯିବ ସେଠିକାର ପରିବେଶ ଓ ସେଠାରେ ଭୟଙ୍କର ଭୂତାଣୁ ଓ ଟେକ୍ସିକୋ ମେଟେରିଅଲ ରହିଛି କି ପରୀକ୍ଷା କରିବାକୁ ପଡୁଛି ।