କନକ ବ୍ୟୁରୋ : ସାରା ବିଶ୍ୱରେ ମାନ୍ଦାବସ୍ଥାର ପ୍ରଭାବ ଦେଖିବାକୁ ମିଳୁଛି । ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଦେଇଛନ୍ତି । ଫେସବୁକ, ଟ୍ୱିଟର ଓ ସ୍ନାପଚାଟ୍ ଭଳି ବଡ଼ ବଡ଼ କମ୍ପାନୀ ପରେ ଏବେ ଆମାଜନ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତି ନେଇଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, କମ୍ପାନୀ ଚଳିତ ସପ୍ତାହରେ ୧୦ହଜାର କର୍ମଚାରୀଙ୍କୁ ଛଟେଇ କରିବ । ଏଭଳି ପଦକ୍ଷେପ ପଛରେ କମ୍ପାନୀ ଲାଭ କରିବାରେ ବିଫଳ ହୋଇଥିବା ଦର୍ଶାଇଛି ।
ଯଦି ମୋଟ ଛଟେଇ ସଂଖ୍ୟା ୧୦ହଜାର ପାଖାପାଖି ରହେ, ତାହେଲେ ଏହା ଆମାଜନ ଇତିହାସରେ ସବୁଠାରୁ ବଡ଼ ଘଟଣା ହେବ । କମ୍ପାନୀ ବିଶ୍ୱ ସ୍ତରରେ ୧୬ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି । ରିପୋର୍ଟ ମୁତାବକ, ଏହି ଛଟେଇ ମୁଖ୍ୟତଃ ଆଲେକ୍ସ ଭଳି ଉତ୍ପାଦ ନିର୍ମାତା କମ୍ପାନୀର ଡିଭାଇସ ୟୁନିଟ୍, ଏହାର ରିଟେଲ ୟୁନିଟ୍ ଏବଂ ମାନବ ସମ୍ବଳ ଟିମ୍ ଦ୍ୱାରା କରାଯିବ । ସେହିପରି ଚାକିରିରୁ ଛଟେଇ ସଂଖ୍ୟା ହ୍ରାସ କିମ୍ବା ବୃଦ୍ଧି କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି । ତେବେ ଏନେଇ ଆମାଜନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/2-26.jpg)