ଆମାଜନ୍ ସହିତ ବ୍ୟବସାୟ କରିବାର ସୁବର୍ଣ୍ଣ ସୁଯୋଗ : ଷ୍ଟାର୍ଟଅପ ପାଇଁ କମ୍ପାନୀ ଦେବ ଆର୍ଥିକ ସହାୟତା !

417

ଦୁନିଆର ସବୁଠାରୁ ବଡ ଇ-କମର୍ସ କମ୍ପାନୀ ଆମାଜନ୍ ନିଜ କର୍ମଚାରୀଙ୍କୁ ଚାକିରୀ ଛାଡି ବ୍ୟବସାୟ କରିବାକୁ ପ୍ରସ୍ତାବ ଦେଉଛି । ପ୍ରକୃତରେ ଗ୍ରାହକଙ୍କୁ ଶୀଘ୍ର ସାମଗ୍ରୀ ପହଂଚାଇବା ଚେଷ୍ଟା ଅଧିନରେ ଆମାଜନ୍ ନିଜ କର୍ମଚାରୀଙ୍କୁ ଏହି ପ୍ରସ୍ତାବ ଦେଇଛି । କମ୍ପାନୀ ତରଫରୁ କର୍ମଚାରୀଙ୍କୁ କୁହାଯାଇଛି କି, “ନିଜ ଚାକିରୀ ଛାଡ ଓ ଆମାଜନ୍ ପ୍ୟାକେଜ୍ ଡେଲିଭରି କରିବା ବ୍ୟବସାୟ ଆରମ୍ଭ କର । ଏହି କାମରେ କମ୍ପାନୀ ସହାୟତା କରିବ ।”

ଆମାଜନ୍, ପ୍ରାଇମ୍ ମେମ୍ବର୍ସର ଡେଲିଭରି ସମୟ ଦୁଇ ଦିନରୁ କମାଇ ଗୋଟିଏ ଦିନ କରିବାର ପ୍ରୟାସ କରୁଛି । ଏହା ଦ୍ୱାରା ଗ୍ରାହକଙ୍କ ପାଖକୁ ଅତିଶୀଘ୍ର ଜିନିଷ ପହଂଚାଇବାରେ ସଫଳତା ମିଳିବ । ଏହି ଅଫରର ଘୋଷଣା କରି ଆମଜନ୍ ତରଫରୁ କୁହାଯାଇଛି କି, ଯେଉଁ କର୍ମଚାରୀ ମଧ୍ୟ ଚାକିରୀ ଛାଡି ଡେଲିଭରି ବ୍ୟବସାୟ ଆରମ୍ଭ କରିବ, ତାଙ୍କ ଷ୍ଟାର୍ଟଅପକୁ କମ୍ପାନୀ ତରଫରୁ ପାଖାପାଖି ୭ଲକ୍ଷ ଟଙ୍କା ସହାୟତା ମିଳିବ ।

ଏହି ଅଫର ପାର୍ଟ ଟାଇମ୍ ଓ ଫୁଲ ଟାଇମ୍ ଆମାଜନ୍ କର୍ମଚାରୀଙ୍କ ପାଇଁ । ଏହି କର୍ମଚାରୀଙ୍କୁ ୩ ମାସର ଦରମା ମଧ୍ୟ ଦିଆଯିବ । ଏଥିରେ ୱେର ହାଉସ୍ କର୍ମଚାରୀ ମଧ୍ୟ ଅଛନ୍ତି, ଯେଉଁମାନେ ଅର୍ଡର ପ୍ୟାକ୍ କରନ୍ତି ଓ ଅର୍ଡର ପଠାନ୍ତି । ଆମାଜନ୍ ସାମଗ୍ରୀର ଡେଲିଭରି କରିବା ପାଇଁ ୟୁପିଏସ, ପୋଷ୍ଟ ଅଫିସ କିମ୍ବା ଅନ୍ୟ ମାଲବାହକଙ୍କ ଉପରେ କମ୍ ନିର୍ଭରଶୀଳ ହେବା ପାଇଁ ଚାହେଁ । ସେଥିପାଇଁ କମ୍ପାନୀ କର୍ମଚାରୀଙ୍କୁ ଡେଲିଭରି ବିଜନେସ୍ କରିବା ଅଫର ଦେଇଛି ।