କନକ ବ୍ୟୁରୋ: ଦିଲ୍ଲୀ ଭଜନପୁରାରେ ମଙ୍ଗଳବାର ବିଳମ୍ବିତ ରାତିରେ ୫ଜଣ ଅଜଣା ଯୁବକ ଆସି ଆଖିବୁଜା ଗୁଳିମାଡ କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଥିବା ଜଣାପଡିଛି । ମୃତକ ଜଣକ ଆମାଜନର ସିନିଅର ମ୍ୟାନେଜର ହରପ୍ରୀତ ଗିଲ୍ । ତାଙ୍କ ସହ ଥିବା ସହକର୍ମୀ ଗୋବିନ୍ଦ ସିଂଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାର ଯାଞ୍ଚ ପାଇଁ ପୁଲିସ ଗୁଳିମାଡ ହୋଇଥିବା ଅଞ୍ଚଳର ସବୁ ସିସିଟିଭି ଯାଞ୍ଚ କରୁଛି । ହତ୍ୟା ମାମଲା ରୁଜୁ କରି ପୁଲିସ ହତ୍ୟାର କାରଣ ଖୋଜିବାକୁ ତନାଘନା ଚଳାଇଛି ।