ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ୨୦୨୦ ର ଶୁଭାରମ୍ଭ ହୋଇସାରିଛି । ଚଳିତ ବର୍ଷ ଏହି ସେଲ୍ ୨୨ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ଚାଲିବ । ଏହି ସେଲ୍ ରେ ମୋବାଇଲ୍ ଫୋନ୍ , ଲାପଟପ୍ , ଟିଭି ଆଦିରେ ଭଲ ଅଫର୍ ମିଳୁଛି । ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ୨୦୨୦ ଚଳିତବର୍ଷ ଆମାଜନର ଏକ ବଡ ସେଲ୍ । ଆମାଜନ୍ ପୂର୍ବରୁ ହିଁ ଅନେକ ସ୍ମାର୍ଟଫୋନ୍ ଉପରେ ମିଳିବାକୁ ଥିବା ରିହାତି ଉପରେ ସୂଚନା ଦେଇସାରିଛି । ଏହାର ଜବାବରେ ଫ୍ଲିପକାର୍ଟ ଅନଲାଇନ୍ ସପିଙ୍ଗ୍ ସାଇଟ୍ ରିପବ୍ଲିକ୍ ସେଲ୍ ୨୦୨୦ ମଧ୍ୟ ଆୟୋଜନ କରାଯାଇଛି । ଆମାଜନ୍ ନିଜ ସେଲ୍ ର ଏସବିଆଇ ବ୍ୟାଙ୍କ ସହ ମିଶି ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ମିଳିବାର ବ୍ୟବସ୍ଥା କରିଛି ।
ଆମାଜନ୍ ଗ୍ରେଟ୍ ଇଣ୍ଡିଆନ୍ ସେଲ୍ ୨୦୨୦ ର ଲୋକପ୍ରିୟ ସ୍ମାର୍ଟଫୋନ୍ ରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ସ୍ମାର୍ଟଫୋନ୍ କାଟେଗୋରୀରେ ସେଲ୍ ର ମୁଖ୍ୟ ଆକର୍ଷଣ ହେଉଛି ୱାନ୍ ପ୍ଲସ୍ ୭ ଟି । ଆମାଜନ୍ ସେଲ୍ ରେ ଏହି ଫୋନ୍ ୩୪,୯୯୯ ଟଙ୍କା (ଏମଆରପି ମୂଲ୍ୟ ୩୭ ,୯୯୯ )ରେ ମିଳୁଛି । ଏହାଛଡା ଏମଆଇର ଲୋକପ୍ରିୟ ମୋବାଇଲ୍ ଫୋନ୍ ରେଡମି ନୋଟ୍ ୮ ପ୍ରୋ ପ୍ରଥମଥର ପାଇଁ ରିହାତି ଦେଉଛି । ଏହି ଫୋନ୍ ୧୪,୯୯୯ ଟଙ୍କା ଥିବା ବେଳେ ୧୩ ,୯୯୯ ରେ ବିକ୍ରି ହେଉଛି । ସାମସଙ୍ଗ୍ ଗାଲାକ୍ସି ଏମ୩୦ସ୍ ର ଦାମ୍ ୧୩,୯୯୯ ଟଙ୍କା ଥିବା ବେଳେ ୧୨,୯୯୯ ରେ ବିକ୍ରି କରାଯାଉଛି । ସେହିଭଳି ଭିଭୋ ୟୁ ୨୦ ର ଦାମ୍ ୧୧ ,୯୯୦ ଟଙ୍କା ଥିବାବେଳେ ଏହାକୁ ୯,୯୯୯ ଟଙ୍କାରେ ବିକ୍ରି କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/fffffffffffff.jpg)
/kanak/media/post_attachments/wp-content/uploads/2020/01/redmi-note-7-pro_660_031319091122-300x205.jpg)