Satyavijayi
ଇ-କମର୍ସ କମ୍ପାନୀ ଆମାଜନ୍ ସୋସିଆଲ୍ ମିଡିଆରେ ଲୋକଙ୍କ କ୍ରୋଧର ଶିକାର ହୋଇଛି । ତେବେ ଏହା ଏଥିପାଇଁ କମ୍ପାନୀର ଟଏଲେଟ୍ ସିଟ୍ ବିକ୍ରି ହେଉଥିବା ସ୍ଥାନରେ ଟଏଲେଟ୍ କଭର୍ ଉପରେ ହିନ୍ଦୁ ଦେବୀ-ଦେବତାଙ୍କ ଫଟୋ ଲଗାଇଯାଇଥିବା କାରଣରୁ ଲୋକଙ୍କ ମଧ୍ୟରେ କ୍ରୋଧ ଦେଖାଦେଇଥିଲା । ଦେଖୁ ଦେଖୁ ଆମାଜନ୍ ବିରୋଧରେ ୨୪,୦୦୦ ଟ୍ୱିଟ୍ କରି ଲୋକ ନାହିନଥିବା କଥା ଏହି କମ୍ପାନୀକୁ କହିଛନ୍ତି । କିଛି ଟ୍ୱିଟ୍ ରେ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ଟ୍ୟାଗ୍ କରାଯାଇଛି । ତେବେ ଆମାଜନ୍ ପକ୍ଷରୁ ଏହି ପ୍ରଡକ୍ଟକୁ ହଟାଇବା ପାଇଁ କୁହାଯାଇଛି ।
ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ କାନାଡାର ଡୋରମେଟ୍ ରେ ଭାରତୀୟ ଜାତୀୟ ପତାକା ଛାପିବାକୁ ନେଇ ଆମାଜନ୍ ଉପରେ ଅନେକ ବିବାଦ ଉପୁଜିଥିଲା । ଏହି ଘଟଣା ପରେ ଆମାଜନ୍ ର ଅନେକ ବିରୋଧ ହୋଇଥିଲା ।
ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଆମାଜନ୍ କୁ ଏନେଇ ଚେତାବନୀ ଦେଇଥିଲେ । ସୁଷମା ଆମଜନ୍ ଅଧିକାରୀଙ୍କୁ ଏନେଇ ଚେତାବନୀ ଦେବା ସହ ଭିସା ନ ଦେବା ପାଇଁ ମଧ୍ୟ କହିଥିଲେ । ଯାହାପରେ ଏହି ଡୋରମେଟ୍ କୁ ହଟାଯାଇଥିଲା ।
Follow Us
/kanak/media/post_attachments/wp-content/uploads/2019/05/21-36-23-CEFsutTzwzeQqEy-800x450-noPad-650x400-300x185.jpg)