ଆମାଜନ ସିଇଓଙ୍କ ବଦାନ୍ୟତା : ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଦାନ କରିବେ ୧୪ ହଜାର ୫୦୦ କୋଟି ଟଙ୍କା

48

କନକ ବ୍ୟୁରୋ: ଦେଶରେ ଗରିବୀ ସଂଖ୍ୟା ବଢିବାରେ ଲାଗିଛି । ତେବେ ଅନେକ ସମୟରେ ଏପରି ରିର୍ପୋଟ ଆସିଛି ଯେ, ବର୍ତ୍ତମାନ ସମୟରେ ବି ଅନେକ ଲୋକ ଭୋକ ଉପାସରେ ରହୁଛନ୍ତି । ସରକାର ଯୋଜନା ପରେ ଯୋଜାନ କରୁଛନ୍ତି ହେଲେ ସେହି ଯୋଜନା ଲୋକମାନଙ୍କ ପାଖରେ ପହଚିଂବାରେ ନା ନେଉନାହିଁ । ତେବେ ସାରା ବିଶ୍ୱରେ ଭାରତରେ ଭୋକ ଗରିବ ସଂଖ୍ୟା ଅଧିକ ମାତ୍ରାରେ ରହିଛି ବୋସି ଜଣାପଡିଛି । ଏପରି ଗରିବ ସମସ୍ୟା ଦୂର କରିବା ପାଇଁ ଜିଆଣ୍ଟ ଇ କମ୍ପାନୀ ଆମାଜନର ସିଇଓ ୨ ଆରବୀୟ ଡଲାର ଅର୍ଥାତ ୧୪,୫୦୦କୋଟି ଟଙ୍କା ଦାନ କରିବେ ବୋଲି ନିର୍ଣ୍ଣୟ କରିଛନ୍ତି । ତେବେ ଯେଉଁମାନଙ୍କ ଘର ନାହିଁ ବାହାରେ ରହୁଛନ୍ତି ସେମାନେ ଏହି ଟଙ୍କାରେ ଲାଭ ପାଇ ପାରିବେ । ସେ ଏକ ଫଣ୍ଡ ତିଆରି କରିଛନ୍ତି ଯେଉଁଥିରେ କି ସମସ୍ତ ଦାନଟଙ୍କା ସେହଠାରେ ରହିବ ।

 

ଏହି ଫଣ୍ଡର ଉଦଘାଟନ କରିବା ପରେ ସେ କହିଛନ୍ତି ଯେ, ମତେ ବହୁତ ଖୁସି ଲାଗୁଛି ଯେ, ଏପରି ଏକ ଫଣ୍ଡ ଆରମ୍ଭ ହୋଇଛି । ଦୁନିଆରେ ବର୍ତ୍ତମାନ ସମୟରେ ଯେପରି ଭାବରେ ଖାଦ୍ୟ ସମସ୍ୟା ଦେଖାଯାଇଛି ତାହାକୁ ହଠାତ ସୁଧାରି ହେବ ନାହିଁ । ହେଲେ ଆମେ ମାନେ ସମସ୍ତେ ମିଲିମିଶି ଚେଷ୍ଟା କଲେ ନିଶ୍ଚିତ ରୂପେ ଏହାର ସମାଧାନ ହୋଇପାରିବ ବୋଲି ଆମାଜନର ସିଇଓ ସୂଚନା ଦେଇଛନ୍ତି । ଏହି ଫଣ୍ଡ ମାଧ୍ୟମରେ ପାଠ ପଢିବା ପାଇଁ ଇଚ୍ଛା ରଖିଥିବା ପିଲାମାନଙ୍କ ମଧ୍ୟ ସାହାଯ୍ୟ କରାଯିବ । ଏହାସହ ସେ କହିଛନ୍ତି ଯେ, ମୋର ଯେଉଁ ଇଚ୍ଛା ରହିଥିଲା ତାହା ଏହାରି ମାଧ୍ୟମରେ ପୂରଣ ହେବ । ମିଳିଥିବା ସୂଚନା ଅନୁସାରେ ଆମାଜନର ସିିଇଓଙ୍କ ସମ୍ପତ୍ତି ୧୬୦ ଆରବୀୟ ଡଲାରଠାରୁ ଅଧିକ ରହିଛି । ଏହା ପୂର୍ବରୁ ଆମେରିକାର ମାଇକ୍ରୋସଫଟ କମ୍ପାନୀର ସଂସ୍ଥାପକ ବିଲ ଗେଟସ ମଧ୍ୟ ୨୭ ଆରବୀୟ ଡଳାର ଟଙ୍କା ଦାନ କରିଥିଲେ ବୋଲି ଜଣାପଡିଛି । ଏହାସହ ଆମେରିକାର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ୨୧.୫ ଆରବୀୟ ଡଲାର ଦାନ କରିଛନ୍ତି । ଆମେ ଯଦି ଭାରତ କଥା କହିବା ତେବେ ୱିପ୍ରୋର ପ୍ରମୁଖ ଅଜିମ ପ୍ରେମଜୀ ରହିଛନ୍ତି । ସେ ପାଖାପାଖି ୮ ଆରବୀୟ ଡଲାର ଗରିବମାନଙ୍କ ପାଇଁ ଦାନ କରିଛନ୍ତି ।