ପାର୍ବଣ ପାଇଁ ଆମାଜନ୍ ଆଣିଲା ସାଲାରୀ ଡେ ସେଲ୍ :  ଅଧା ଟଙ୍କାରେ ମିଳୁଛି ଏସବୁ ଘରୋଇ ଉପକରଣ ; ଅକ୍ଟୋବର ୫ ତାରିଖ ମଧ୍ୟରେ ରହିଛି ଅଫର ସମୟ  

14,890

କନକ ବ୍ୟୁରୋ : ପାର୍ବଣ ଋତୁ ଆରମ୍ଭ ହୋଇଛି । ଏହି ସମୟରେ ବିଭିନ୍ନ କମ୍ପାନୀ ମାନେ ଗ୍ରାହକ ମାନଙ୍କ ପାଇଁ ଭଲ ଭଲ ଅଫର ଦେବାରେ ଲାଗିଛନ୍ତି । ହେଲେ ଆମେ ଏବେ ଆପଣଙ୍କୁ ଏମିତି ଏକ ଅଫର କଥା ଜଣାଇବାକୁ ଯାଉଛୂୁ ଯେଉଁଠି ଆପଣଙ୍କୁ ଅଧା ଦାମ୍ ରେ ଘର କରଣା ଜିନିଷ ମିଳିବ । ଆପଣ କେବେ ବି ଭାବି ନଥିବେ ଏଭଳି ମହାମାରୀ ସମୟରେ ବଜାରରେ ନ୍ୟିାବଶକୀୟ ଜିନିଷର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ଏଭଳି ଅଫର ଆପଣ ମାନଙ୍କ ପାଇଁ ସୁନେ କା ସୁହାଗ । 

ଆମେ ଆପଣଙ୍କୁ କହୁଛୁ ଭାରତର ସର୍ବୋଚ୍ଚ ଅନ୍ ଲାଇନ୍ ବିକ୍ରେତା କମ୍ପାନୀ ଆମାଜନ କଥା । ଆମାଜନ ଏବେ ଆଣିଛି ସାଲାରୀ ଡେ ସେଲ । ଏହି ସେଲରେ ଆମାଜନ ଆପଣଙ୍କୁ ଦେଉଛି ପୁରା ୫୦ % ଛାଡ । ଏହି ଅଫର ମାଧ୍ୟମରେ ଆପଣ ଅଧା ଦାମ୍ ରେ ଟିଭି, ଫ୍ରିଜ୍, ଫର୍ଣ୍ଣିଚର, ଓ ଆହୁରି ଅନେକ ସାମଗ୍ରୀ କିଣି ପାରିବେ । ଯେଉଁ ଅଧା ଦାମରେ ଜିନିଷ କିଣିବାକୁ ଚାହୁଁଛନ୍ତି ହେଲେ ଆପଣଙ୍କ ପାଖରେ ଟଙ୍କା ନାହିଁ । ତେବେ ବି ଆପଣ ଜିନିଷ କିଣିପାରିବେ । କାରଣ ଏହି ଅଫର ଲାଭ ଆପଣ ଇଏମଆଇ ମାଧ୍ୟମରେ ବି ପାଇପାରିବେ । ଏହା ସହ ଆହୁରି ଅନେକ ସୁବିଧା ବି ରହିଛି ଏହି ଅଫର ମଧ୍ୟରେ । ଯେମିତି କି ଆପଣ ଆପଣଙ୍କ ଘରେ ଥିବା ପୁରୁଣା ଜିନିଷ ବଦଳ ଦେଇ ପାରିବେ । ଯାହା ଉପରେ ବି ଆପଣଙ୍କୁ ଆକର୍ଶଣୀୟ ଅଫର ଦେଉଛି ଆମାଜନ୍ । ଏହି ଅଫର ବର୍ତମାନ ପାଇଁ ୫ ଅକ୍ଟୋବର ଯାଏଁ ଚାଲିବ ବୋଲି କୁହାଯାଇଛି । ହେଲେ କମ୍ପାନୀର ବିକ୍ରିକୁ ଦେଖି ଏହାକୁ ଆହୂୁରି ଆଗକୁ ବି ବଢାଯାଇ ପାରେ । 

ଏବେ ଆସନ୍ତୁ ଜାଣିବା କେଉଁ ଜିନିଷ ଉପରେ ରହିଛି କେତେ ପ୍ରତିଶତ ରିହାତି —

ଆମାଜନ୍ ଆଣିଥିବା ଏହି ସାଲାରୀ ଡେଜ୍ ଅଫରରେ ଆପଣ ଏଚ୍ଏସ୍ବିସି କ୍ରେଡିଟ୍ କାର୍ଡ ମାଧ୍ୟମରେ ସପିଂ କରୁଛନ୍ତି ତ ଆପଣଙ୍କୁ ସିଧା ୧୦ ପ୍ରତିଶତ ରିହାତି ମିଳିବ । ଅନ୍ୟପଟେ ଆପଣ ଯଦି ୧୦ ହଜାର ଟଙ୍କାରୁ ଉର୍ଦ୍ଦ ମୂଲ୍ୟର ସାମଗ୍ରୀ କିଣୁଛନ୍ତି ତେବେ ଆପଣଙ୍କୁ ୧୫ ଶହ ଟଙ୍କାର ଛାଡ ମିଳିବ ।  

 ବଡ ଉପକରଣ ଯେମିତି କି ୱାସିଂ ମେସିନ ଭଳି ପ୍ରଡକ୍ଟ ଉପରେ ଆପଣଙ୍କୁ କମ୍ପାନୀ ସିଧା ୫୦ ପ୍ରତିଶତ ରିହାତି ଦେଉଛି ।  ରେଫ୍ରିଜେଟର ଉପରେ ୩୫ ପ୍ରତିଶତ ଏସି ଉପରେ ୪୦ ପ୍ରତିଶତ,ଟିଭି ଉପରେ ୩୦ ପ୍ରତିଶତ, ବେଟ୍, ଜେବିଏଲ ଭଳି କମ୍ପାନୀର ସାଉଣ୍ଡ ସିଷ୍ଟମ ବି ଏହି ଅଫରରେ ସାମିଲ ହୋଇଛି ଯେଉଁଥିରେ କମ୍ପାନୀ ଆପଣ ମାନଙ୍କୁ ୩୦ ପ୍ରତିଶତ ରିହାତି ଦେଉଛି । ଅନ୍ୟପଟେ ଏହି ୨ ଟି କମ୍ପାନୀର ସାଉଣ୍ଡ ସିଷ୍ଟମ ବ୍ୟତିିତ ଅନ୍ୟ କିଛି କମ୍ପାନୀର ସାଉଣ୍ଡ ସିଷ୍ଟମ ଉପରେ ବି କମ୍ପାନୀ ଆପଣଙ୍କୁ ୫୦ ପ୍ରତିଶତ ଛାଡ ଦେଉଛି । ଏହା ସହ କମ୍ପ୍ୟୁଟର ଡିଭାଇସ ଓ କମ୍ପ୍ୟୁଟର ସହିତ ଜଡିତ କିଛି ସାମଗ୍ରୀ ଉପରେ ବି ୫୦ ପ୍ରତିଶତ ଛାଡ ଦେଉଛି କମ୍ପାନୀ ।  ଲାପଟପ୍, ଉପରେ ୩୫ ପ୍ରତିଶତ, ହାର୍ଡ ଡିସ୍କ ଓ ଏସଏସଡି ଉପରେ ୪୦ ପ୍ରତିଶତ ଛାଡ । ଏହିସବୁ ସାମଗ୍ରୀ ଆପଣଙ୍କର ଆବଶ୍ୟକତା ଥିଲେ ଆପଣ ବଜାରକୁ ନଯାଇ ସିଧା ଅନ୍ ଲାଇନରେ ଆମାଜନ ଆପ୍ ରୁ ମଗାଇ ପାରିବେ ।