ରାଜମା ଚାୱଲ୍ ପାଇଁ ଅଧାଲଣ୍ଡା ହେଲେ ଏହି ବଲିଉଡ୍ ଅଭିନେତ୍ରୀ ! ଅଧାଲଣ୍ଡା ହେଲେ ଅମାଇରା ଦସ୍ତୁର୍ ।

ରାଜମା ଚାୱଲ୍ ପାଇଁ ଅଧାଲଣ୍ଡା ହେଲେ ଏହି ବଲିଉଡ୍ ଅଭିନେତ୍ରୀ ! ଅଧାଲଣ୍ଡା ହେଲେ ଅମାଇରା ଦସ୍ତୁର୍ ।

image courtesy-Quora

ଟଲିଉଡ୍ ସିନେମା ‘ରାଜା ଗଡ୍ଡୁ’ରୁ ଲୋକପ୍ରିୟ ହୋଇଥିବା ବଲିଉଡ୍ ନାୟିକା ଅମାୟରା ଦସ୍ତୁର୍ ନିକଟରେ ନିଜର ହେୟାର ଷ୍ଟାଇଲରେ ପରିବର୍ତ୍ତନ ଆଣିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ସେ ସତସତିକା ରାଜମା ଚାୱଲ ନୁହଁ ବରଂ ସିନେମା ରାଜମା ଚାୱଲ୍ ପାଇଁ ଅଧାଲଣ୍ଡା ହୋଇଛନ୍ତି ।ଲୀନା ଯାଦବଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଫିଲ୍ମ ରାଜମା ଚାୱଲରେ ସେ ଲିଡ୍ ରୋଲରେ ନଜର ଆସୁଥିବାବେଳେ ବରିଷ୍ଠ ଅଭିନେତା ଋଷି କପୁରଙ୍କ ସହ ତାଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ । publive-imageଏହି ସିନେମାରେ ଅମାୟରାଙ୍କ ଚରିତ୍ର ଟିକେ ଅଲଗା ଦେଖିବାକୁ ମିଳିବ । ସେ ଫନˆି ଲୁକରେ ନଜର ଆସିବେ । ଏହି ଚରିତ୍ରରେ ଅମାୟରାଙ୍କୁ ଅଧାଲଣ୍ଡା ହୋଇଥିବା ଏବଂ ଦେହରେ ଟାଟୁ କରିଥିବା ଦେଖିବାକୁ ମିଳିବ । ଶୁଣିବାକୁ ମିଳୁଛି ଅମାୟରାଙ୍କ ଏହି ନୂତନ ଅବତାର ‘ଗାର୍ଲ ଉଇଥ୍ ଦ ଡ୍ରାଗନ୍ ଟାଟୁ’ ଫେମ୍ ଋନୀ ମାରାଙ୍କଠାରୁ ଇନ୍ସପାୟାର ଅଛି । publive-imageଅମାୟରା ୨୦୦୩ ମସିହାରେ ସିନେମା ଇସ୍କ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ନିକଟରେ ସେ ସୁଇମିଂ ସୁଟରେ ଫଟୋସୁଟ୍ କରି ଚର୍ଚ୍ଚାର ବିଷୟ ପାଲଟିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe