କନକ ବ୍ୟୁରୋ: କରୋନା ମହାମାରୀ ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର ପ୍ରଶାସନ । ତେବେ ଅମରନାଥ ଯାତ୍ରା ରଦ୍ଦ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି ।
ହିମଲିଙ୍ଗର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ଘରେ ବସି ହିମଲିଙ୍ଗ ଦର୍ଶନ କରିପାରିବେ । ଏହାସହ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖିଆଗରେ ରଖି ସକାଳେ ଓ ସନ୍ଧ୍ୟା ବେଳେ ଅମରନାଥଙ୍କ ଆଳତି ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/amarnath-yatra.jpg)