ଅମରନାଥ ଯାତ୍ରାରେ ସାମ୍ନାକୁ ଆସିଲା ଆଇଟିବିପି ଯବାନଙ୍କ ସାହସିକତା । ଭକ୍ତଙ୍କୁ ସୁରକ୍ଷା ଦେବାକୁ ବ୍ରିଜ ଉପରେ ମାନବ କାନ୍ଥ କଲେ ସେନା

ଚାଲିଛି ଅମରନାଥ ଯାତ୍ରା

119

କନକ ବ୍ୟୁରୋ : ଚାଲିଛି ଅମରନାଥ ଯାତ୍ରା । ଅମରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ଅଛନ୍ତି ଆଇଟିବିପି ଯବାନ । ତେବେ କିପରି ସ୍ଥିତିରେ ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ଆଇଟିବିପି ଯବାନ । ଏକଥା କେବେ ଆପଣ ଚିନ୍ତା କରିଛନ୍ତି । ଆଇଟିବିପି ଯବାନ ନିଜ ଜୀବନକୁ ବାଜି ଲଗେଇ କେମିତି ଅମରନାଥ ଯାତ୍ରୀଙ୍କୁ ସୁରକ୍ଷା ପ୍ରଦାନ କରି ବାବା ବର୍ଫାନୀଙ୍କ ଦର୍ଶନ କରାଇବାକୁ ଆଗକୁ ଯିବାରେ ସହାୟତା କରୁଛନ୍ତି ତାର ଦୃଶ୍ୟ ଦେଖିବାକୁ ମିଳିଛି । ସମୁଦ୍ର ପତନରୁ ହଜାର ହଜାର ଫୁଟ ଉଚ୍ଚରେ ଥିବା ଏହି ସ୍ଥାନ ହେଉଛି ଜାମ୍ମୁ କାଶ୍ମୀରର ବାଲଟାଲ୍ ଅଂଚଳ । ସୁଉଚ୍ଚ ପର୍ବତ ଆକାଶକୁ ଛୁଇଁଲା ଭଳି ରହିଛି ।

ତାରି କଡରେ ସରୁ ଅଣ ଓସାରିଆ ରାସ୍ତାରେ ଯିବାକୁ ହେଉଛି ପାଦଚଲା ରାସ୍ତାରେ । ତେବେ ପାହାଡ ଉପରୁ ଖସୁଥିବା ଝରଣା ଜଳ ସହିତ ମଝିରେ ମଝିରେ ବଡ ବଡ ପଥର ଖଣ୍ଡ ବି ଆସୁଛି । ଏଥିରୁ ଅମରନାଥ ଯାତ୍ରୀଙ୍କୁ ରକ୍ଷା କରିବାକୁ ଆଇଟିବିପି ଯବାନ ତିଆରି କରିଛନ୍ତି ହ୍ୟୁମାନ୍ ୱାଲ୍ ବା ମାନବ ପ୍ରାଚୀର । ଅଣ ଓସାରିଆ ବ୍ରିଜ ଉପରେ ଗୋଟିଏ ପଟକୁ ମୁହଁ କରି ପାଖାପାଖି ଠିଆ ହୋଇଛନ୍ତି ଯବାନମାନେ । ଆଉ ଯବାନଙ୍କ ପଛ ପଟରେ ସୁରକ୍ଷିତ ଭାବେ ବ୍ରିଜ ପାର ହେଉଛନ୍ତି ଶ୍ରଦ୍ଧାଳୁମାନେ । ଏହି ଅଂଚଳ ସମୁଦ୍ର ପତନରୁ ୧୨ ହଜାର ଫୁଟ ଉପରେ ଆଇଟିବିପି ଯବାନ ଅମରନାଥ ଯାତ୍ରୀଙ୍କୁ ଆବଶ୍ୟକ ସ୍ଥଳେ ଅମ୍ଳଜାନ ବି ଯୋଗାଇ ଦେଉଥିବା ଦେଖିବାକୁ ମିଳିଛି ।