ଟ୍ୱିଟରରେ ଦ୍ୱନ୍ଦ୍ୱ: ଫୁଟବଲ ଟିମର ଗୋଲକିପର କହିଲେ, ମୁଁ ସେ ଅମରିନ୍ଦର ସିଂ ନୁହେଁ…

115

କନକ ବ୍ୟୁରୋ: ପଞ୍ଜାବ ରାଜନୀତିରେ ଲାଗି ରହିଛି ରାଜନୈତିକ ହଟଚମଟ । ଆଉ ଏହାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ହେଲେ ଟ୍ୱିଟରରେ ଏହି ନାଁକୁ ନେଇ ଏବେ କନଫ୍ୟୁଜନ ହୋଇଛି । ଯେଉଁଥିପାଇଁ ହଇରାଣ ହୋଇଛନ୍ତି ଭାରତୀୟ ଫୁଟବଲ ଟିମର ଗୋଲକିପର ।

ଭାରତୀୟ ଫୁଟବଲ ଗୋଲ କିପରଙ୍କ ନାଁ ମଧ୍ୟ ଅମରିନ୍ଦର ସିଂ । ଏଭଳି ସ୍ଥିତିରେ ଲୋକମାନେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ଟ୍ୟାଗ କରିବା ବଦଳରେ ଫୁଟବଲ ଖେଳାଳି ଅମରିନ୍ଦର ସିଂଙ୍କୁ ଟ୍ୟାଗ କରିଦେଉଛନ୍ତି ।

ଏଥିପାଇଁ ଫୁଟବଲ ଖେଳାଳି ଅମରିନ୍ଦର ସିଂ ଟ୍ୱିଟ କରି ଲେଖିଛନ୍ତି, ପ୍ରିୟ ନ୍ୟୁଜ ମିଡିଆ, ମୁଁ ଅମରିନ୍ଦର ସିଂ, ଭାରତୀୟ ଫୁଟବଲ ଟିମର ଗୋଲକିପର । ନା କି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ, ତେଣୁ ଦୟା କରି ମତେ ପୋଷ୍ଟରେ ଟ୍ୟାଗ କରିବା ବନ୍ଦ କରନ୍ତୁ । ଏହି ଟ୍ୱିଟର ରିପ୍ଲାଏ ଦେଇ ଅମରିନ୍ଦର ସିଂ କହିଛନ୍ତି, ମୋର ସହାନୁଭୂତି ତୁମ ସହ ଅଛି । ଆଗାମୀ ମ୍ୟାଚ ପାଇଁ ଶୁଭକାମନା ।

ଉଭୟଙ୍କ ନାଁ ସମାନ ହୋଇଥିବାରୁ ୟୁଜରମାନେ କନଫ୍ୟୁଜନରେ ପଡୁଛନ୍ତି । ତେବେ ଏହି ଟ୍ୱିଟକୁ ନେଇ ମଧ୍ୟ ମଜା ଉଡାଉଛନ୍ତି ୟୁଜର୍ସ । ବିଭିନ୍ନ ମିମ୍ସକୁ ମଧ୍ୟ ଏହି ପୋଷ୍ଟରେ କମେଣ୍ଟ କରୁଛନ୍ତି ।