କାହିଁକି ଅଜିତ ଡୋଭାଲଙ୍କୁ ଭେଟିଲେ ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ?

ପୂର୍ବରୁ ଟ୍ୱିଟ କରି କ୍ୟାପଟେନ କହିଲେ ସୀମା ରାଜ୍ୟ ପାଇଁ ସିଦ୍ଧୁ ବିପଦ

311

କନକ ବ୍ୟୁରୋ : ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଆଜି ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅମରିନ୍ଦର ଭେଟିବା ପରେ ଆଜି ହଠାତ୍ ଡୋଭାଲଙ୍କୁ ଭେଟିବା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡୋଭାଲଙ୍କୁ କେଉଁ ଉଦ୍ଦେଶ୍ୟରେ ଭେଟିଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଇସ୍ତଫା ଦେବା ପରେ ସେ ବାରମ୍ବାର ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରୁଛନ୍ତି । ସିଦ୍ଧୁ ମୁଖ୍ୟମନ୍ତ୍ରୀ ହେଲେ ଦେଶ ପାଇଁ ବିପଦ ।

ସିନ୍ଧୁଙ୍କ ବନ୍ଧୁ ହେଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ପାକିସ୍ତାନ ସେନା ମୁଖ୍ୟ ବାଜୱାଙ୍କ ସହ ତାଙ୍କର ସଂପର୍କ ରହିଛି । ଯଦି ସିଦ୍ଧୁ ପଂଜାବ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସେ ତାଙ୍କୁ ବିରୋଧ କରିବେ ବୋଲି କହି କହିଥିଲେ କ୍ୟାପଟେନ । ସେହିପରି ମଙ୍ଗଳବାର ଅମରିନ୍ଦର କହିଥିଲେ ଗୋଟିଏ ସୀମାବର୍ତ୍ତୀ ରାଜ୍ୟ ପାଇଁ ସିଦ୍ଧୁ ଫିଟ୍ ନୁହନ୍ତି । ସେହିପରି ଅମରିନ୍ଦର ସିଂହ ହେଉଛନ୍ତି ଜଣେ ପୂର୍ବତନ ବାୟୁସେନା ଅଧିକାରୀ । ସେ କ୍ୟାପଟେନ ପାହ୍ୟାରେ ଥିଲେ । ପରେ ରାଜନୀତିରେ ପ୍ରବେଶ କରିଥିଲେ । ତେଣୁ ଡୋଭାଲଙ୍କ ସହ ଅମରିନ୍ଦରଙ୍କର ଏହି ଭେଟଘାଟକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି ।