କଂଗ୍ରେସ ଛାଡିବା ପରେ କ୍ୟାପଟେନ୍ ଯିବେ କୁଆଡେ ? ବିଜେପି ହାତ ଧରିବେ କି ଅମରିନ୍ଦର ସିଂହ ?

143

କନକ ବ୍ୟୁରୋ : କଂଗ୍ରେସ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂ । ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଆଉ କଂଗ୍ରେସ ସହିତ ଅଧିକ ଦିନ ରହିବେ ନାହିଁ ବୋଲି ଇସାରା କରିଛନ୍ତି । ପଂଜାବ କଂଗ୍ରେସରେ ସିଦ୍ଧୁ ଓ କ୍ୟାପଟେନଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଚରମରେ ପହଁଚିଥିବା ବେଳେ କ୍ୟାପଟେନଙ୍କ ଏପରି ଇସାରା , ପଂଜାବ ରାଜନୀତିକୁ ସରଗରମ କରିଦେଇଛି ।

ପଞ୍ଜାବ କଂଗ୍ରେସକୁ କ୍ୟାପଟେନ ଝଟକା । ଦଳ ଛାଡିବେ କ୍ୟାପଟେନ ଅମରିନ୍ଦର ସିଂହ । ପଂଜାବ ରାଜନୀତିରେ ଜାରି ରହିଛି ହଟଚମଟ । ଗତ ୩୬ ଘଂଟା ଧରି ପଂଜାବରେ ରାଜନୈତିକ ପାରା ପୁରା ଶିଖର ଛୁଇଁ ରହିଛି । ଗୋଟିଏ ପଟେ ନବଜ୍ୟୋତ ସିଂହ ସିଦ୍ଧୁ ପଂଜାବ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିବା ବେଳେ ଏହି ବିବାଦ ତୁଟିନି । ଏପଟେ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦେଇଛନ୍ତି ବଡ ବୟାନ । କ୍ୟାପଟେନ ଅମରିନ୍ଦର ସିଂହ ଗୋଟିଏ କଥା ସ୍ପଷ୍ଟ କରିଦେଇଛନ୍ତି, ଏବେ ସେ ଆଉ କଂଗ୍ରେସ ଦଳ ସହିତ ରହିବେ ନାହିଁ ।

କ୍ୟାପଟେନ ଅମରିନ୍ଦର ସିଂହଙ୍କ କହିବା କଥା ମୁଁ ମୋ ସ୍ଥିତି ସ୍ପଷ୍ଟ କରି ସାରିଛି କି ସେ ଏହିପରି ଅପମାନକୁ ଗ୍ରହଣ କରିପାରିବେ ନାହିଁ । ଯେପରି ମୋ ସହିତ ଘଟିଛି ତାହା ଠିକ୍ ହୋଇନାହିଁ । ତେଣୁ କଂଗ୍ରେସ ସହିତ ଆଗକୁ ଯିବା ଅସମ୍ଭବ । ଆଗକୁ କେଉଁ ଦଳ ସହିତ ବଢିବେ ତାହା ସ୍ପଷ୍ଟ କରିନାହାନ୍ତି କ୍ୟାପଟେନ ।

୨୦୨୧ ସେପ୍ଟେମ୍ୱର ୧୮ରେ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କ୍ୟାପଟେନ

୨୦୨୧ ସେପ୍ଟେମ୍ୱର ୨୮ ରେ ଦିଲ୍ଲୀ ଗସ୍ତରେ ଆସିଲେ ଅମରିନ୍ଦର

୨୦୨୧ ସେପ୍ଟେମ୍ୱର ୨୯ ରେ ଦିଲ୍ଲୀରେ ଶାହା-କ୍ୟାପଟେନ ସାକ୍ଷାତ

୨୦୨୧ ସେପ୍ଟେମ୍ୱର ୨୯ ରେ ଦିଲ୍ଲୀରେ ଡୋଭାଲ-କ୍ୟାପଟେନ ଆଲୋଚନା

ଗତ ସେପ୍ଟେମ୍ୱର ୧୮ ତାରିଖରେ କ୍ୟାପଟେନ ଅମରିନ୍ଦର ସିଂ ପଂଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବେଳେ , କହି ଦେଇଥିଲେ ଆଗକୁ ତାଙ୍କ ପାଇଁ ରାଜନୈତିକ ବିକଳ୍ପ ଖୋଲା ରହିଛି । ସେପ୍ଟେମ୍ୱର ୨୮ ତାରିଖରେ ଦିଲ୍ଲୀ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଶୀର୍ଷ ନେତା ଅମିତ ଶାହାଙ୍କ ସହିତ ସାକ୍ଷାତ ଏବଂ ତା ପରେ ଜୀତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ନୂଆ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ଏହି ସାକ୍ଷାତକୁ କେବଳ ସୌଜନ୍ୟମୂଳକ ବୋଲି କ୍ୟାପଟେନଙ୍କ ନିକଟତମ ସୂତ୍ର କହିଛି । ହେଲେ ରାଜନୈତିକ ମହଲ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି ।

କଂଗ୍ରେସ ଛାଡିବା ପରେ କ୍ୟାପଟେନ ଯିବେ କୁଆଡେ? ବିଜେପି ହାତ ଧରିବେ କି କ୍ୟାପଟେନ ଅମରିନ୍ଦର ସିଂହ? କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସ ଛାଡିବା ଏକ ପ୍ରକାର ସ୍ପଷ୍ଟ । ଏ ସବୁ ଭିତରେ ତାଙ୍କ ଆଗରେ ତିନି ବିକଳ୍ପ ରହିଛି , ବିଜେପିରେ ସାମିଲ ହେବେ, ଆପରେ ସାମିଲ ହେବେ ନଚେତ୍ ନିଜେ ଦଳ ଗଢିବେ । ଆସନ୍ତା ବର୍ଷ ପଂଜାବରେ ବିଧାନସଭା ଭୋଟ୍ । ଏସବୁ ଭିତରେ କ୍ୟାପଟେନଙ୍କ ଶାହା ଓ ଡୋଭାଲଙ୍କ ସହ ସାକ୍ଷାତ କଣ ବିଜେପିରେ ମିଶ୍ରଣର ପୂର୍ବାଭାଷ ବୋଲି ପ୍ରଶ୍ନ ଉଠୁଛି । ତେବେ କ୍ୟାପଟେନ କିନ୍ତୁ ବର୍ତମାନ ଏପରି କିଛି ଘଟଣାକୁ ଏଡାଇ ଯାଇଛନ୍ତି ।

ରାଜନୀତିରେ କୌଣସି ଘଟଣାକୁ ଏଡାଇ ହୁଏ ନାହିଁ । ତେଣୁ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଆଗକୁ ବିଜେପିରେ ସାମିଲ ହେବା କଥା ତାଙ୍କର ନାଁ ଭିତରେ ହଁ ବୋଲି କହିବା ବି ଭୁଲ୍ ହୋଇ ନପାରେ । ଯଦି ଏପରି ହୁଏ ତେବେ ପଂଜାବରେ କଂଗ୍ରେସ ପାଇଁ କ୍ୟାପଟେନ-ସିଦ୍ଧୁ ବିବାଦରେ ହେବ ସବୁଠୁ ବଡ ଝଟକା ।