ରାଜଧାନୀରେ ଅମାନିଆ ବାର ସିଲ : ଇନଫୋସିଟି ଅଂଚଳରେ ବାରକୁ ସିଲ କଲା ପୁଲିସ, କୋଭିଡ କଟକଣା ଭାଙ୍ଗି ଚାଲିଥିଲା ଜନ୍ମଦିନ ପାଳନ; କାଲି ବି ସିଲ ହୋଇଥିଲା କୋଚିଂ ସେଂଟର

108

କନକ ବ୍ୟୁରୋ : ରାଜଧାନୀରେ ସିଲ୍ ହେଲା ଅମାନିଆ ବାର୍ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ସିଲ୍ ହେଲା ବାର୍ । ଇନଫୋସିଟି ଅଂଚଳରେ ରହିଥିବା ଇକୋ ବାରକୁ ଚଢାଉ କରି ସିଲ୍ କରାଯାଇଛି । ସୂଚନା ଅନୁସାରେ, ବାରରେ ଏକ ଜନ୍ମଦିନ ପାର୍ଟି ଚାଲିଥିଲା ।

ତେବେ ଏଥିରେ କେହି କରୋନା କଟକଣାକୁ ପାଳନ କରୁନଥିବା ଅଭିଯୋଗ ଆସିବା ମାତ୍ରେ ଚଢାଉ କରିଥିଲା ପୋଲିସ । ଚଢାଉ ପରେ ବାର୍ ଟିକୁ ସିଲ୍ କରାଯାଇଥିବା କୁହାଯାଇଛି ।

Comments are closed.