ଅମନ୍: ଜଣେ ଦିବ୍ୟାଙ୍ଗ କ୍ରିକେଟର, ଗୋଡ଼ ନଥାଇ ବି ବନିଛନ୍ତି ବ୍ରହ୍ମପୁରର ଗୌରବ ।

Advertisment
ଅମନ୍: ଜଣେ ଦିବ୍ୟାଙ୍ଗ କ୍ରିକେଟର, ଗୋଡ଼ ନଥାଇ ବି ବନିଛନ୍ତି ବ୍ରହ୍ମପୁରର ଗୌରବ ।

କନକ ବ୍ୟୁରୋ: ହାତ ଧରିଥିବା ହ୍ୱିଲ୍ଚେୟାର, ସେହି ହ୍ୱିଲ୍ ଚେୟାର ଉପରେ ଥିବା ବ୍ୟାଟ୍ । ବିନା ଗୋଡ଼ରେ ପଡ଼ିଆକୁ ଧାଇଁ ଆସୁଥିବା ଦିବ୍ୟାଙ୍ଗ ଯୁବକଙ୍କ ନାଁ ଅମନ କୁମାର । ଅକ୍ଷମ ଶବ୍ଦକୁ ଜୀବନର ଡାଏରୀରୁ ମୂଲ୍ୟହୀନ କରି, କ୍ରିକେଟ୍ ଖେଳିବା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ଗୋଡ଼ ନଥିବା ଏହି ଦିବ୍ୟାଙ୍ଗ ଯୁବକ । ଥରେ ଅମନଙ୍କ ଆତ୍ମବିଶ୍ୱାସକୁ ଦେଖିଲେ, ସବୁ ସକ୍ଷମ ଯୁବପୀଢ଼ି ବି ତାଙ୍କୁ ପ୍ରେରଣାର ମାର୍ଗଦଶକ କରିନେବେ ନିଶ୍ଚିତ ।

ବ୍ରହ୍ମପୁରର ଦିବ୍ୟାଙ୍ଗ ଯୁବକ ଅମନ କୁମାର ପାଣିଗ୍ରାହୀ । ବୟସ ମାତ୍ର ୨୦ ବର୍ଷ, ଗୋଡ଼ ନଥାଉ କିନ୍ତୁ ବ୍ରହ୍ମପୁର ଗୌରବ ପାଲଟିଛନ୍ତି । ଜନ୍ମରୁ ଦିବ୍ୟଅଙ୍ଗ ନେଇ ଦୁନିଆ ଦେଖିଥିବା ଅମନଙ୍କ ଆତ୍ମବିଶ୍ୱାସ ଆଗରେ ହାର୍ ମାନିଛି ଅକ୍ଷମତା । କିଛି କରିବାର ଇଛା ହିଁ ସାଧନ ବିନା ସାଧନାକୁ ଚମକ୍ରାରିତାରେ ପରିଣତ କରାଇବାକୁ ମାଧ୍ୟମ ପାଲଟେ । ଏମିତି କିଛି କରି ଦେଖାଉଛନ୍ତି ଅମନ କୁମାର । ଅସାଧାରଣ ଯୁବକ ହୋଇ ବି ପଡ଼ିଆରେ ସାଧାରଣ ଯୁବକଙ୍କ ଭଳି କ୍ରିକେଟ୍ ଖେଳୁଛନ୍ତି । ବୋଲିଂ କରୁଛନ୍ତି, ବ୍ୟାଟିଂ ଓ ଫିଲ୍ଡିଂ ମଧ୍ୟ କରୁଛନ୍ତି ଅମନ ।

ଅମନଙ୍କ କ୍ରିକେଟ ପ୍ରେମ କୌଣସି କାହାଣୀଠୁ କମ୍ ନୁହେଁ । ତାଙ୍କ ସାଙ୍ଗସାଥୀ ମାନେ ସକାଳୁ ସକାଳୁ ନୀଳକଣ୍ଠେଶ୍ୱର ପଡ଼ିଆରେ ଖେଳୁଥିଲେ । ହେଲେ ଗୋଡ଼ ନଥିବା ଯୋଗୁ ସେ କ୍ରିକେଟ୍ ଖେଳିବାକୁ ଇଚ୍ଛା ପ୍ରକାଶ କରୁନଥିଲେ । ପ୍ରତିଦିନ ଆସି ପଡ଼ିଆ ବାହାରେ ବସୁଥିବା ଦେଖି ସାଙ୍ଗମାନେ ଅମନଙ୍କ କ୍ରିକେଟ୍ ପ୍ରେମକୁ ଠିକ୍ ପରଖିପାରିଲେ । ହାତରେ ବଲ୍ ଧରାଇ ଦେଇ ବୋଲିଂ କରିବାକୁ କହିଥିଲେ । ଗୋଡ଼ ନଥିବାରୁ ଦୌଡ଼ି ନପାରି ଗୋଟିଏ ସ୍ଥାନରୁ ହିଁ ସ୍ପିନ୍ ବୋଲିଂ କଲେ, ଆଉ ତାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପରେ ବ୍ୟାଟିଂ, ଫିଲ୍ଡିଂ କରି ଏବେ ଆଗଧାଡ଼ି ଖେଳାଳୀ ପାଲଟିଗଲେଣି ଅମନ ।

ଅନ୍ୟପଟେ ଅମନଙ୍କ ଶାନଦାର ଖେଳ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ଭିଡ଼ ପଡ଼ିଆରେ ଲାଗୁଛି । ସକାଳ ହେବାମାତ୍ରେ ହାଉସିଂବୋର୍ଡରୁ ହ୍ୱିଲ ଚେୟାରରେ ବ୍ୟାଟ ଖଣ୍ଡକୁ ଧରି କ୍ରିକେଟ୍ ପଡ଼ିଆରେ ପହଞ୍ଚି ଯାଆନ୍ତି ଅମନ । ଖଲ୍ଲିକୋଟ୍ ବିଶ୍ୱବିଦ୍ୟାଳୟରେ +୩ ପଢୁଥିବା ଅମନଙ୍କ ପାଖରେ ଆର୍ଥିକ ସମ୍ବଳ ନଥିଲେ ବି ସଂଘର୍ଷରୁ ସାଉଁଟି ଚାଲିଛନ୍ତି କ୍ରିକେଟ୍ ସାଧାନା । ସ୍ୱପ୍ନ ଅଛି ଦିନେ କ୍ରିକେଟ୍ ଦେଶ ରାଜ୍ୟର ନାଁ ରଖିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe