ତାଲାବନ୍ଦ ଭିତରେ ରକ୍ତଭଣ୍ଡାରରେ ରକ୍ତ ଅଭାବ ଦୂର କରିବାକୁ ସମ୍ବାଦ ‘ଆମ ଓଡିଶା’ର ପ୍ରୟାସ: ମୋବାଇଲ ଭ୍ୟାନରେ ଚାଲିଛି ରକ୍ତଦାନ; ୩୦ ୟୁନିଟରୁ ଅଧିକ ରକ୍ତ ସଂଗ୍ରହ

317

କନକ ବ୍ୟୁରୋ: ବର୍ତ୍ତମାନ ତାଲାବନ୍ଦ କାରଣରୁ ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ଦେଖାଦେଇଛି ରକ୍ତ ଅଭାବ । ଏହାକୁ ପୂରଣ କରିବା ଲକ୍ଷ୍ୟ ନେଇ କଟକରେ ସଂବାଦ ଓ ଆମ ଓଡିଶା ପକ୍ଷରୁ ମୋବାଇଲ୍ ଭ୍ୟାନରେ ଚାଲିଛି ରକ୍ତଦାନ । ଖାନନଗର ଅଂଚଳରେ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମରେ ପ୍ରାୟ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।

ଜଗତସିଂହପୁର ରକ୍ତ ଭଣ୍ଡାରରେ କରୋନା ମାଡ଼ । ରକ୍ତ ଦାନ ଶିବିର ହେଉନଥିବାରୁ ରକ୍ତର ଘୋର ଅଭାବ ଦେଖା ଦେଇଛି । ଦୈନିକ ୧୫ରୁ ୨୦ ୟୁନିଟ ରକ୍ତ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଅଛି ମାତ୍ର ୨୨ ୟୁନିଟ । ଯାହା ପାଇଁ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବିପଦର ବନ୍ଧୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୫ ଦିନ ଧରି ଏହି କାର୍ଯ୍ୟକ୍ରମ କରାଯିିବ ।

Comments are closed.