କନକ ବ୍ୟୁରୋ: ବର୍ତ୍ତମାନ ତାଲାବନ୍ଦ କାରଣରୁ ରାଜ୍ୟର ରକ୍ତ ଭଣ୍ଡାର ଗୁଡିକରେ ଦେଖାଦେଇଛି ରକ୍ତ ଅଭାବ । ଏହାକୁ ପୂରଣ କରିବା ଲକ୍ଷ୍ୟ ନେଇ କଟକରେ ସଂବାଦ ଓ ଆମ ଓଡିଶା ପକ୍ଷରୁ ମୋବାଇଲ୍ ଭ୍ୟାନରେ ଚାଲିଛି ରକ୍ତଦାନ । ଖାନନଗର ଅଂଚଳରେ ହୋଇଥିବା ରକ୍ତଦାନ କାର୍ଯ୍ୟକ୍ରମରେ ପ୍ରାୟ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।
ଜଗତସିଂହପୁର ରକ୍ତ ଭଣ୍ଡାରରେ କରୋନା ମାଡ଼ । ରକ୍ତ ଦାନ ଶିବିର ହେଉନଥିବାରୁ ରକ୍ତର ଘୋର ଅଭାବ ଦେଖା ଦେଇଛି । ଦୈନିକ ୧୫ରୁ ୨୦ ୟୁନିଟ ରକ୍ତ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ଅଛି ମାତ୍ର ୨୨ ୟୁନିଟ । ଯାହା ପାଇଁ ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ବିପଦର ବନ୍ଧୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୫ ଦିନ ଧରି ଏହି କାର୍ଯ୍ୟକ୍ରମ କରାଯିିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/Screen-Shot-2020-04-12-at-1.31.12-PM.png)
/kanak/media/post_attachments/wp-content/uploads/2020/04/Screen-Shot-2020-04-12-at-1.31.30-PM.png)