ଲୋକାର୍ପିତ ହେଲା ଆମ ଘର ଆମ ହାଣ୍ଡିଶାଳ ସିଜିନ୍-୦୨ : ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ

154

କନକ ବ୍ୟୁରୋ : ଲୋକାର୍ପିତ ହେଲା ଆମ ଘର ଆମ ହାଣ୍ଡିଶାଳ ସିଜିନ୍-୦୨ । ଏହା ଦ୍ୱାରା ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟର ମହକ । ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଟିଡ଼ିସି ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗୀତା ଆମ ଘର ଆମ ହାଣ୍ଡିଶାଳର ଦ୍ୱିତୀୟ ସଂସ୍କରଣକୁ ଆଜି ଓଟିଡ଼ିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ଆମ ଘର ହାଣ୍ଡିଶାଳର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ ହେବା ପରେ ଚଳିତ ବର୍ଷ ଏହାର ଦିତୀୟ ସଂସ୍କରଣ ଆରମ୍ଭ ହୋଇଛି ।

ତେବେ ଏହାର ଲୋକାର୍ପଣ କରି ଓଟିଡ଼ିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାଣ୍ଡିଶାଳ ଆନନ୍ଦ ବଜାର ହେଉଛି ବିଶ୍ୱର ସବୁଠାରୁ ବଡ଼ ହାଣ୍ଡିଶାଳ । ଆମର ମହାନ ଉତ୍କଳୀୟ ସଂସ୍କୃତିରେ ୧୨ ମାସର ୧୩ ପର୍ବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି । ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ ଆମ ଘର ହାଣ୍ଡିଶାଳ ପ୍ରତିଯୋଗୀତାର ପରିକଳ୍ପନା କରାଯାଇଥିଲା । ତେବେ ଏଥର ଏହି ପ୍ରତିଯୋଗୀତାରେ କିଛି ପରିବର୍ତନ କରାଯାଇଛି । ବିଚାରକଙ୍କ ଦ୍ୱରା ଚୟନ ହୋଇଥିବା ଶ୍ରେଷ୍ଠ ୪୦ ଜଣ ପ୍ରତିଯୋଗୀଙକୁ ଏଥର ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ନେଇ ସେମାନଙ୍କ ଖାଦ୍ୟ ପ୍ରସ୍ତୁତି ଶୈଳୀର ସୁଟିଂ କରାଯିବ । ଯାହାର ସିଧାପ୍ରସାରଣ ଟିଭି ଚଆନେଲ ମାଧ୍ୟମରେ ଦର୍ଶକ ଦେଖିପାରିବେ । ନିଜର ଖାଦ୍ୟ ଭିିଡ଼ିଓ ପ୍ରସ୍ତୁତ କରି ମହିଳା ମାନେ ଅନଲାଇନରେ ଆବେଦନ କରିପାରିବେ ।