ମଞ୍ଜରୀରେ ପ୍ରସାରିତ ହେବ ‘ଆମ ଘର ଆମ ହାଣ୍ଡିଶାଳ’

252

କନକ ବ୍ୟୁରୋ : ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ପ୍ରତିଟି ଓଡ଼ିଆର ଘରେ ଘରେ ପରଷା ଯାଉଥିବା ଖାଦ୍ୟର ପାକ ପ୍ରଣାଳୀକୁ ନେଇ ପ୍ରସ୍ତୁତ କାର୍ଯ୍ୟକ୍ରମ ‘ଆମ ଘର ଆମ ହାଣ୍ଡିଶାଳ’ ।  ପ୍ରତି ଶୁକ୍ର ଓ ଶନିବାର ସକାଳ ୯ଟା ୩୦ ଓ ସନ୍ଧ୍ୟା ୫ଟା ୩୦ରେ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ  ଓଡିଶାର ପ୍ରତିଷ୍ଠିତ ସିନେ କଳାକାର, କ୍ରୀଡାବିତ୍ ଓ କଣ୍ଠଶିଳ୍ପୀମାନେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତିରେ ଭାଗ ନେବେ ।

ରାକ୍ଷୀ ଏହି କାର୍ଯ୍ୟକ୍ରମଟିକୁ ସଞ୍ଚାଳନ କରୁଥିବାବେଳେ, ପରିକଳ୍ପନା କରିଛନ୍ତି ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଏହାର ଉପଦେଷ୍ଟା ହେଉଛନ୍ତି ସଚିନ ରାମଚନ୍ଦ୍ର ଯାଦବ । ଓଟିଡିସି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ ଏହି କାର୍ଯ୍ୟକ୍ରମଟି ଓଡ଼ିଆ  ଖାଦ୍ୟ ଓ ରନ୍ଧନ ପ୍ରଣାଳୀରେ ରୁଚି ରଖୁଥିବା ଦର୍ଶକମାନଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହେବ ବୋଲି ଆଶା କରାଯାଉଛି ।

‘ମଞ୍ଜରୀ’ ହେଉଛି ପ୍ରଥମ ଓଡିଆ ମନୋରଞ୍ଜନ ଚ୍ୟାନେଲ ଯାହାକୁ ଓଡିଆ ଦର୍ଶକମାନେ ସମ୍ପୂର୍ଣ୍ଣ ଭାବେ ବିନା ମୂଲ୍ୟରେ ଦେଖିପାରିବେ ।  ଓଡିଶାର ପ୍ରାୟ ସମସ୍ତ ମଲ୍ଟି  ସିଷ୍ଟମ ଅପରେଟର, ଲୋକାଲ କେବୁଲ ନେଟୱର୍କ, ଏୟାରଟେଲ (ଚାନେଲ ନମ୍ବର- ୬୦୦), ଟାଟା ସ୍କାଏ (ଚାନେଲ ନମ୍ବର- ୧୭୬୦), ଡିସ୍ ଟିଭି (ଚାନେଲ ନମ୍ବର-୧୩୦୯), ଭିଡିଓକନ୍ (ଚାନେଲ ନମ୍ବର- ୮୩୦), ଇଏମ୍ ଡିଜିଟାଲ (ଚାନେଲ ନମ୍ବର-୧୧୪), ହାଥ୍ ୱେ(ଚାନେଲ ନମ୍ବର-୭୩୩), ସିଟି କେବୁଲ (ଚାନେଲ ନମ୍ବର- ୧୬) ଜିଟିପିଏଲ (ଚାନେଲ ନମ୍ବର-୭୦୫) ଏବଂ ଜିଓଟିଭି ରେ ‘ମଞ୍ଜରୀ’ ଉପଲବ୍ଧ ହେଉଛି । ଦର୍ଶକଙ୍କ ସହିତ ସବୁ ସମୟରେ ଯୋଡି ହୋଇ  ରହିବା ପାଇଁ ‘ମଞ୍ଜରୀ’ ୟୁଟ୍ୟୁବ, ଫେସବୁକ, ଇଂଷ୍ଟାଗ୍ରାମ୍ ଓ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଉପଲବ୍ଧ ରହିଛି ।