ରାକ୍ଷସ ପାଲଟିଲା ଆମ୍ବୁଲାନ୍ସ ଡ୍ରାଇଭର୍ ! ପ୍ରସୂତୀଙ୍କୁ ଡେଲିଭରୀ ରୁମରେ କଲା ଦୁଷ୍କର୍ମ ।

3,118

ରାଜସ୍ତାନ ଅଲବରରେ ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ କରିଥିବା ଏକ ଖବର ଆସିଥିବା ବେଳେ ଆଉ ଏକ ଲଜ୍ଜାଜନକ ଖବର ଏବେ ଆଲୋଡ଼ନ ସୃଷ୍ଟି କରିଛି । କଠୁମେରର ଏକ ସରକାରୀ ଡାକ୍ତରଖାନାରେ ଡେଲିଭରି ରୁମରେ ମହିଳାଙ୍କ ସହ ସରକାରୀ ଆମ୍ବୁଲାନ୍ସ ୧୦୮ ର ଡ୍ରାଇଭର୍ ଦୁଷ୍କର୍ମ କଲା ଭଳି ଘୃଣ୍ୟ କାମ କରିଛନ୍ତି । ଦୁଷ୍କର୍ମ ଭଳି ଏହି ଘଟଣା ମେ ୭ ରାତି ତାରିଖ ରାତିରେ ହୋଇଥିଲା । ତେବେ ମହିଳା ଜଣକ ଗୁରୁବାର କଠୁମର ଥାନାରେ ଏନେଇ ଏତଲା ଦେଇଥିଲେ । ଘଟଣାର ଦୁଇଦିନ ପରେ ପୀଡିତା ଜଣକ ପୋଲିସର ସହାୟତା ନେଇଥିଲେ ଲୋକଲଜ୍ଜାକୁ ଡରି ସେ ପୋଲିସ୍ ପାଖକୁ ଯାଉନଥିବା କଥା ସ୍ୱୀକାର କରିଥିଲେ ।

ପୋଲିସ୍ କହିବାନୁସାରେ ଖେଡଲୀ ଥାନା ଅଞ୍ଚଳରେ ଗର୍ଭବତୀ ବୋହୂକୁ ନେଇ ଶାଶୂ କଠୁମର ଡାକ୍ତରଖାନା ନେଇ ପହଂଚିଥିଲେ । ଡେଲିଭରି ପରେ ଛୁଟି ନ ମିଳିବା ପରେ ବୋହୂ ଡାକ୍ତରଖାନାରେ ହିଁ ଥିଲେ । ପୀଡିତାଙ୍କ କହିବାନୁସାରେ ମେ ୭ ତାରିଖ ରାତିରେ ଆମ୍ବୁଲାନ୍ସ ଡ୍ରାଇଭର୍ ଡେଲିଭରି ସମୟର କିଛି କାଗଜପତ୍ର ଦେବାପାଇଁ ପ୍ରସୂତିଙ୍କୁ ଡେଲିଭରୀ ରୁମ୍ ନେଇଯାଇଥିଲେ । ସେଠାରେ ପ୍ରସୂତିଙ୍କ ମୁହଁରେ କପଡ଼ା ଦେଇ ସେ ଦୁଷ୍କର୍ମ କରିଥିଲା ଏବଂ ଫେରାର୍ ହୋଇଯାଇଥିଲା ।