ଅଯୋଧ୍ୟା ମନ୍ଦିର ପ୍ରତିଷ୍ଠା ସହ ଓଡ଼ିଶାରେ ବି ହେବ ରାମ ମନ୍ଦିରର ପ୍ରତିଷ୍ଠା: ପାରାଦୀପ ଓ ନୟାଗଡ଼ରେ ଦେବବରଣ ପରେ ଚାଲିଛି ହୋମଯଜ୍ଞ

109

କନକ ବ୍ୟୁରୋ: ନୟାଗଡ଼ ଭାପୁର ବ୍ଲକ ଫତେଗଡ଼ ଗାଁ ନିକଟ ଶ୍ରୀରାମ ପାହାଡ଼ ଶିଖରରେ ପ୍ରତିଷ୍ଠା ହେବ ଶ୍ରୀମରାଙ୍କ ମନ୍ଦିର । ଆସନ୍ତାକାଲି ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହ ଓ ନୂତନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ପାହାଡ ଶିଖରରେ ପ୍ରାୟ ୧୬ ଶହ ଫୁଟ ଉଚ୍ଚରେ ଶ୍ରୀମରାଙ୍କ ମନ୍ଦିର ନିର୍ମାର କରାଯାଇଛି । ମନ୍ଦିର ବେଢାରେ ଯଜ୍ଞସ୍ଥଳ ମଧ୍ୟ ସ୍ଥାପନ କରାଯାଇଛି । ଏଠାରେ ପଣ୍ଡିତମାନେ ବେଦପାଠ ଆରମ୍ଭ କରିଛନ୍ତି । ପାରାଦୀପରେ ବି ହେବ ନବନିର୍ମିତ ରାମ ମନ୍ଦିରର ପ୍ରତିଷ୍ଠା । କଳସ ଶୋଭାଯାତ୍ରା ଓ ନାମଯଜ୍ଞ ସହ ଭାବମୟ ପରିବେଶ । ୧୨ ବର୍ଷ ପୂର୍ବରୁ ଏହି ମନ୍ଦିରର ଶିଳାନ୍ୟାସ ହୋଇଥିବା ବେଳେ ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମୟରେ ହିଁ ଏହି ମନ୍ଦିରର ପ୍ରତିଷ୍ଠା କରାଯିବ ଏହା ପୂର୍ବରୁ କଳସ ଯାତ୍ରା ସହ ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି ।

ସେପଟେ କଟକ ଜିଲ୍ଲା ମାହାଙ୍ଗା ମଧ୍ୟ ରାମମୟ ହୋଇଛି । ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ମାହାଙ୍ଗାରେ ବିଶାଳ ବାଇକ୍ ଶୋଇଯାତ୍ରା କରାଯାଇଛି । କୁନି କୁନି ପିଲାଙ୍କୁ ସୁନ୍ଦର ବେଶରେ ସଜେଇ ସହର ପରିକ୍ରମା କରିଛନ୍ତି ।

ଆସନ୍ତାକାଲି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଓଡିଶାରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ବଜାରରେ ବି ଭିଡ ଜମୁଛି । ପୂଜା ସାମଗ୍ରୀ ଦୋକାନରୁ ଜୟ ଶ୍ରୀରାମ ଲେଖା ଓ ହନୁମାନଙ୍କ ଚିତ୍ର ଥିବା ପତାକା କିଣିବା ପାଇଁ ଗ୍ରାହକଙ୍କ ଭିଡ ଲାଗୁଛି । ଭଳିକି ଭଳି ପତାକା ମିଳୁଥିବା ଦର ମଧ୍ୟ ଭିନ୍ନ ଭିନ୍ନ ରହିଛି । କଟକ ଓ ଭୁବନେଶ୍ୱରରେ ପତାକାର ବେଶ ଚାହିଦା ରହିଛି । ୧୦ ଟଙ୍କାରେ ମିଳୁଥିବା ପତାକା ଆଜି ୩୦ ଟଙ୍କାରେ ବିକ୍ରି ହେଉଛି । ପୂର୍ବରୁ ୧୫୦ରୁ ୨ଶହ ଟଙ୍କାରେ ମିଳୁଥିବା ପତାକା ଆଜି ୪୦୦ ଟଙ୍କାରେ ବିକ୍ରି କରାଯାଉଛି । ତଥାପି ଗ୍ରାହକମାନେ ଖୁସି ମନରେ କିଣି ନେଉଛନ୍ତି ।