ଦରକାର ନାହିଁ ସରକାରୀ ଚାକିରି ! ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ ଚାକିରି ଛାଡିଲେ ଆଇପିଏସ ଅଫିସର ଆଲୋକ ବର୍ମା  । 

Advertisment
ଦରକାର ନାହିଁ ସରକାରୀ ଚାକିରି ! ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯିବା ପରେ ଚାକିରି ଛାଡିଲେ ଆଇପିଏସ ଅଫିସର ଆଲୋକ ବର୍ମା  । 

ସିବିଆଇ ନିର୍ଦ୍ଦେଶକ ପଦରୁ ବିଦା ହେବା ପରେ ଚାକିରିରୁ ଇସ୍ତଫା ଦେଇଛନ୍ତି ଆଇପିଏସ ଅଫିସର ଆଲୋକ ବର୍ମା । ଗତକାଲି ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସିଲେକ୍ଟ କମିଟି ବୈଠକରେ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିଥିଲେ । ଏହି ସିଲେକ୍ଟ କମିଟି ବୈଠକରେ ମୋଦିଙ୍କ ସମେତ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସୁପ୍ରିମକୋର୍ଟ ବିଚାରପତି ଏ.କେ ସିକ୍ରି ଉପସ୍ଥିତ ଥିଲେ । ସିବିଆଇ ପଦରୁ ବିଦା ହେବା ପରେ ଆଲୋକଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । କିନ୍ତୁ ଆଲୋକ ଏହି ପଦ ଗ୍ରହଣ କରିବାକୁ ମନା କରିବା ସହ  ଚାକିରିରୁ ଇସ୍ତଫା ଦେଇଛନ୍ତି ।

publive-image

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ସିଲେକ୍ଟ  ବୈଠକର ନିଷ୍ପତ୍ତି ପରେ ଗଣମାଧ୍ୟମରେ ନିଜର ଦୁଃଖ ପ୍ରକାଶ କରିଥିଲେ ଶ୍ରୀ ବର୍ମା। ସେ କହିଥିଲେ କି ‘ମୁଁ ଦୁଃଖୀତ ଯେ ମୋତେ ମିଥ୍ୟା ଏବଂ ଅପମାନଜନକ କାରଣ ଦର୍ଶାଯାଇ ମୋର ପଦରୁ ବାହାର କରାଯାଇଛି। କୌଣସି ପ୍ରକାରର ବାହାର ହସ୍ତକ୍ଷେପ ବିନା ସିବିଆଇକୁ କାମ କରିବା ଲାଗି ଉଦ୍ୟମ କରିଛି । ଯଦିଓ ଏହି ପ୍ରାଥମିକ ତଦନ୍ତ ଏଜେନ୍ସିକୁ ନଷ୍ଟ କରିବା ପାଇଁ ଅନେକ ଥର ପ୍ରୟାସ କରାଯାଇଛି, ମୁଁ କିନ୍ତୁ ସର୍ବଦା ତା’ର ଅଖଣ୍ଡତା ବଜୟ ରଖିବା ଲକ୍ଷ୍ୟରେ ରହିଥିଲି ।’

ଉଲ୍ଳେଖଯୋଗ୍ୟ, ଦୁର୍ନୀତି ଏବଂ କାର୍ଯ୍ୟରେ ଅବହେଳା  ଅଭିଯୋଗ ଆସିବା ପରେ ଆଲୋକ ବର୍ମାଙ୍କୁ  ୭୭ ଦିନ ଛୁଟିରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେ ଛୁଟିରୁ ଫେରି କାର୍ଯ୍ୟ ଗ୍ରହଣ କରିବାର ମାତ୍ର ୩୬ ଘଣ୍ଟା ମଧ୍ୟରେ ତାଙ୍କୁ ପଦରୁ ବହିଷ୍କାର କରାଯାଇ ଶୁକ୍ରବାର ଅଗ୍ନିଶମ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିଲା। ମାତ୍ର ସେ ଏହି ପଦରେ ରହିବା ପାଇଁ ଅମଙ୍ଗ ପ୍ରକାଶ କରି ଚାକିରି ଛାଡ଼ିଥିବା ସୂଚନା ରହିଛି। ଏବେ ବର୍ମାଙ୍କ ସ୍ଥାନରେ ସିବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳୁଛନ୍ତି ଏମ୍ ନାଗେଶ୍ୱର ରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe