କେରଳରେ ସରକାରୀ ମଦ ଦୋକାନରେ ମଦ ବିକିବେ ମହିଳା !

123

କେରଳର ଉତର ପୂଥାନଭେଲିକ୍କାରାରେ ସରକାରଙ୍କ ଦ୍ୱାରା ଖୋଲାଯାଇଥିବା ସରକାରୀ ମଦ ଦୋକାନରେ ସକାଳୁ ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । କିନ୍ତୁ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରୁ ମାତ୍ର ଅଳ୍ପ କେତ ଜଣ ମଦ ପାଇଁ ଆସିଥିଲେ । ତେବେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ତା ହେଲେ ଏତେ ଭିଡ କାହିଁକି । ସେମାନେ ଜଣେ ଏପରି ମହିଳାଙ୍କୁ ସ୍ୱାଗତ କରିବା ପାଇଁ ଏକତ୍ରିତ ହୋଇଥିଲେ ଯିଏ କଠିନ ପରିଶ୍ରମ କରି ଏହି ପ୍ରକ୍ରିୟାରେ ସାମିଲ ହୋଇ ଇତିହାସ ରଚିଥିଲେ । ପ୍ରଥମ ମହିଳା କର୍ମଚାରୀ ଭାବେ ‘କେରଳ ଷ୍ଟେଟ ବେଭେରେଜ ଆଉଟଲେଟ’ରେ ଯୋଗ ଦେଇଥିବା ଶିନି ରାଜୀଭଙ୍କୁ ଶୁଭେଚ୍ଛା ଜଣାଇବାକୁ ଉପସ୍ଥିତ ଥିଲେ । କେରଳର ବେଭରେଜେସ କର୍ପୋରେସନ ସ୍ଥାପନା ହେବା ଦିନ ଠାରୁ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ହୋଇ ରହି ଆସିଛି। ସେଠାକାର ମଦ ଦୋକାନରେ ନାରୀମାନଙ୍କୁ ନିଯୁକ୍ତି ମିଳେନାହିଁ। କିନ୍ତୁ ଏବେ ଆଉ ସେ ଭଳି କଟକଣା ନାହିଁ।

ଏରନାକୁଲମର କନକ୍କଙ୍କାଦବ ବିଭରେଜ ଆଉଟଲେଟରେ ଶିନି ରାଜୀବଙ୍କ ନିଯୁକ୍ତି ପରେ ସେପରି ନିଷେଧାଜ୍ଞା ହଟିଯାଇଥିବା ପରି ମନେହେଉଛି । ପିଏସସି ପାହ୍ୟା ପରୀକ୍ଷାରେ ଲୋୟର ଡିଭିଜନ କ୍ଲର୍କ ୪୩ ବର୍ଷୀୟ ଶିନିଙ୍କୁ ନାନା ପ୍ରକାର ମାର୍କାଦିଆ ମଦର ଷ୍ଟକଏବଂ ସେଲ ଯାଞ୍ଚ କରିବା ଦାୟିତ୍ୱ ଦିଆ ଯାଇଛି। ବେଭରେଜ ଆଉଟଲେଟର ସବୁପଦବୀ ପୂରଣ ନିମନ୍ତେ ମହିଳାଙ୍କୁ ମନୋନୀତ କରିବା ପାଇଁ କେରଳ ପବ୍ଲିକ ସର୍ଭିସ କମିସନ ଇତି ମଧ୍ୟରେ ନିଷ୍ପତ୍ତି ନେଇଛି ।
କିନ୍ତୁ ଶିନି ଆଜି ଯେଉଁଠି ପହଞ୍ଚିଛନ୍ତି ସେ ଯାତ୍ରା ଏକ ଭିନ୍ନ ଅଭିଳାଷରୁ ଆରମ୍ଭ ହୋଇଥିଲା। ଜଣେ ଶିକ୍ଷିକା ହେବା ଲକ୍ଷ୍ୟରେ ସେ ସାମାଜିକ ବିଜ୍ଞାନରେ ବି.ଏଡ କରି ପିଏସସିର ହାଇସ୍କୁଲ ପାଇଁ ଆସିଷ୍ଟାଣ୍ଟ ପରୀକ୍ଷା ଦେଇଥିଲେ।କିନ୍ତୁ ସେ ଶିକ୍ଷକ ହେବା ପାଇଁ ଉଦ୍ଦିଷ୍ଟ ର୍ୟାଙ୍କ ପାଇଁ ଯୋଗ୍ୟା ବିବେଚିତା ହୋଇ ପାରିନଥିଲେ। ପରନ୍ତୁ ତିନି ବର୍ଷ ତଳେ ସେ ପୁଥାନଭେଲିକ୍କାରା ପଞ୍ଚାୟତ କାର୍ୟ୍ୟାଳୟରେ ଜଣେ ତଳସ୍ତରର କର୍ମଚାରୀ ପଦବୀ ପାଇଁ ଯୋଗ୍ୟା ବିବେଚିତ ହୋଇଥିଲେ । ଠିକ ସେହି ସମୟରେ ମଦ ଶିଳ୍ପରେ କର୍ମଚାରୀ ଆବଶ୍ୟକ ପାଇଁ ବିଜ୍ଞପ୍ତି ବାହାରି ଥିଲା ଏବଂ ଶିନି ସେଥିରେ ଯୋଗ ଦେବା ପାଇଁ ମନସ୍ତ କରିଥିଲେ।

୨୦୧୦ରେ ସେ କେରଳ ଷ୍ଟେଟ ବେଭରେଜ କର୍ପୋରେସନ ଦ୍ୱାରା ପରିଚାଳିତ ପରୀକ୍ଷା ଦେଇ ସେଥିରେ ୫୨୬ତମ ର୍ୟାଙ୍କରେ ରହିଥିଲେ । ଭଲ ର୍ୟାଙ୍କ ପାଇଥିବା ସତ୍ତ୍ୱେ ଶିନି ଦେଖିଥିଲେ ଯେ ବହୁ ନିମ୍ନସ୍ତରର ର୍ୟାଙ୍କ ପାଇ ସୁଦ୍ଧା କର୍ପୋରେସନ ରେ କେବଳ ପୁରୁଷମାନେ ମନୋନୀତ ହେଉଛନ୍ତି । ଏ ଭଳି ବିଦ୍ୱେଷରେ ରାଗିଯାଇ , ଶିନି କର୍ତ୍ତୃପକ୍ଷଙ୍କ ବିରୋଧରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅନ୍ୟ ୬ ଜଣ ମହିଳାଙ୍କ ସହ ମେଣ୍ଟ କରି ୨୦୧୨ରେ ସେ ହାଇକୋର୍ଟରେ ଏକ ରିଟ ପିଟିସନ ଫାଇଲ କରିଥିଲେ । ସେଥିରେ ସେମାନେ ଉଲ୍ଲେଖ କରିଥିଲେ ଯେ ମଦ ଦୋକାନରେ କାମ କରିବାକୁ ସେମାନେ ସଙ୍କୋଚ କରୁ ନାହାନ୍ତି।କିନ୍ତୁ ପ୍ରତିବନ୍ଧକ ସାଜିଥିଲା ମହିଳାଙ୍କୁ ମଦ ବିକ୍ରୟ କାର୍ୟ୍ୟରୁ ନିବୃତ କରାଉଥିବା କେରଳ ଅକବରୀ ଆକ୍ଟ । କିନ୍ତୁ, ରିଟକୁ ଚାହିଁ ଅଦାଲତ ତର୍ଜମା କଲେ ଯେ ପରୀକ୍ଷାରେ ଉତ୍ତମ ର୍ୟାଙ୍କ ପାଇ ସୁଦ୍ଧା ନାରୀମାନଙ୍କୁ ନିଯୁକ୍ତି ନ ଦେବା ଲିଙ୍ଗ-ବିଦ୍ୱେଷ ଛଡ଼ା କ’ଣ ହୋଇ ପାରେ? ଗତ ଏପ୍ରିଲ ମାସରେ ଅଦାଲତ ସେଠାରେ ମହିଳାଙ୍କୁ ନିଯୁକ୍ତି ନ ମିଳିବା କଥାକୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ। ଏବଂ ମହିଳାଙ୍କୁ ବେଭରେଜ କ୍ଷେତ୍ରରେ ଚାକରି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଉ ତାପରେ ଶିନି ଚାକିରି ପାଇଲୋ

ଗୁରୁବାର ଦିନ ଶିନି କାନାକ୍କାଙ୍କାଦାବୁ ମଦ ଦୋକାନର ଦାୟିତ୍ୱ ନେଇଛନ୍ତି । ସକାଳ ୧୦ଟାରୁ ରାତି ୯ଟାଏ ଯାଏଁ ସେଠାରେ କାମ କରୁଥିବା ଶିନିଙ୍କୁ ତାଙ୍କର କୃଷକ ସ୍ୱାମୀ ରାଜୀବ ଏବଂ ପିଲା ଚାର୍ବାକନ ଏବଂ ଶବରୀଙ୍କ ସମର୍ଥନ ମିଳୁଛି । କାମ କଠିନ ନୁହେଁ ଏବଂ ଆରମ୍ଭରୁ ମୋ ସହକର୍ମୀମାନେ ଖୁବ ସହଯୋଗୀ ବୋଲି ଶିନି ଏକ ସ୍ଥାନୀୟ ଖବରକାଗଜକୁ କହିଛନ୍ତି।ମଦ ଦୋକାନରେ ଶିନିଙ୍କ ନିଯୁକ୍ତି ବାସ୍ତବିକ କେରଳ ଇତିହାସରେ ଏକ ଐତିହାସିକ ପଦକ୍ଷେପ। ଲିଙ୍ଗଗତ ବିଦ୍ୱେଷ ଭଙ୍ଗ କରି ରାଜ୍ୟର ବୃହତ୍ତମ ସେକ୍ଟରରେ ମହିଳାଙ୍କ ପାଇଁ କର୍ମସଂସ୍ଥାନ ଯୋଗାଡକରିବା ନିଶ୍ଟିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ।