ବାଦାମକୁ କାହିଁକି ଭିଜେଇ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି? କ’ଣ ରହିଛି ଫାଇଦା ଜାଣନ୍ତୁ ।

77

ବାଦାମ ଖାଇଲେ ସ୍ମରଣଶକ୍ତି ବଢେ ବୋଲି ତ ସମସ୍ତେ ଜାଣିଥିବେ ଏବଂ ଏହାଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଏ ନାହିଁ । କିନ୍ତୁ ବାଦାମକୁ ଭିଜେଇ ଖାଇବା ପାଇଁ କାହିଁକି ପରାମର୍ଶ ଦିଆଯାଏ କେବେ ଜାଣିଛନ୍ତି କି? ଆମେ ସମସ୍ତେ ଘରେ ବାଦାମ ଭିଜେଇ ଖାଇଥାଉ କିନ୍ତୁ କେବେ ଜାଣିବାକୁ ଚେଷ୍ଟା କରିନୁ ଯେ ଏଭଳି ପ୍ରକ୍ରିୟାରେ କାହିଁକି ବାଦାମ ଖିଆଯାଏ । ବାଦାମରେ ଭିଟାମିନ୍ ଏବଂ ମିନେରାଲ୍ସ ଭରପୁର ହୋଇ ରହିଛି । ଭିଟାମିନ୍-ଇ,ଜିଙ୍କ୍,କ୍ୟାଲସିୟମ୍,ମ୍ୟାଗ୍ନେସିୟମ୍ ଏବଂ ଓମେଗା ୩ ଫେଟି ଏସିଡ୍ ମିଶ୍ରଣର ଏହା ଏକ ମିଶାଗୋଳା ପ୍ୟାକ୍ । ଶରୀରକୁ ଏହି ସବୁ ପୋଷକ ତତ୍ତ୍ୱର ଫାଇଦା ମିଳିବା ପାଇଁ ରାତିରେ ପାଣିରେ ଭିଜେଇ ସକାଳୁ ଏହି ବାଦାମକୁ ଖିଆ ଯାଇଥାଏ । ବାଦାମର ଉପର ଚୋପାକୁ ଖାଇବା ଦ୍ୱାରା ଶରୀରକୁ ଏହାର ଲାଭ ମିଳିନଥାଏ । କିନ୍ତୁ ଭିଜେଇ ରଖିବା ଦ୍ୱାରା ଚୋପା ସହଜରେ ବାହାରିପଡେ ଏବଂ ବାଦାମ ଖାଇବା ସହଜ ହୋଇଯାଏ । 

୧. ଯଦି ଆପଣ ଓଜନ କମ୍ କରିବାକୁ ଚାହାନ୍ତି ତେବେ ଏକ ମୁଠା ବାଦାମ ନେଇ ରାତିରେ ଭିଜେଇ ସକାଳୁ ଖାଆନ୍ତୁ ଏହା ଭୋକ କମାଇବାରେ ସହାୟକ ହେବ । ବାଦାମରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ । ଭିଜିଥିବା ବାଦାମରେ ଭିଟାମିନ୍ ବି-୧୭ ଏବଂ ଫୋଲିକ୍ ଏସିଡ୍ ଭରପୁର ପରିମାଣରେ ରହିଥାଏ ଯାହା କ୍ୟାନ୍ସରକୁ ରୋକିବାରେ ସହାୟକ ହୁଏ ।

୨. ବାଦାମ ହୃଦରୋଗକୁ ମଧ୍ୟ ଦୂରେଇ ରଖିଥାଏ ।

୩. ବାଦାମରେ ଫୋଲିକ୍ ଏସିଡ୍ ପର୍ଯ୍ୟାପ୍ତ ପରିମାଣରେ ରହିଥିବାରୁ ଏହା ଗର୍ଭବତୀ ମହିଳା ଏବଂ ଗର୍ଭସ୍ଥ ଶିଶୁ ପାଇଁ ଖୁବ୍ ଉପଯୋଗୀ ହୋଇଥାଏ ।