କନକ ବ୍ୟୁରୋ: ସୁନେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଝିଅ ଆରହା। ଅପକମିଙ୍ଗ ସାଉଥ ଫିଲ୍ମ ‘ଶକୁନ୍ତଲମ୍‌’ରେ ଡେବ୍ୟୁ କରିବେ ଆରହା। ସାଉଥର ହିଟ୍ ଅଭିନେତ୍ରୀ ସମନ୍ଥା ରୁଥ ପ୍ରଭୁଙ୍କ ସହ ସ୍କ୍ରିନ୍ ସେୟାର କରିବେ ଆରହା। ଏଥିପାଇଁ ବେଶ୍ ଉତ୍ସାହିତ ଅଛନ୍ତି ଅଭିନେତା ଆଲ୍ଲୁ ଅର୍ଜୁନ ଓ ତାଙ୍କ ପତ୍ନୀ।

Advertisment

ଆଲ୍ଲୁଙ୍କ ଝିଅ ଆରହାଙ୍କୁ ମାତ୍ର ୬ବର୍ଷ। ଆରହା ଦେଖିବାକୁ ବହୁତ ସୁନ୍ଦର । ଏତେ କମ ବୟସରେ ସେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆରା 'ଶକୁନ୍ତଲାମ'ରେ ସହିତ ଡେବ୍ୟୁ କରିବାକୁ ଯାଉଛନ୍ତି। ଉଲ୍ଲେଖଥାଉ କି, ଆଲ୍ଲୁ ତାଙ୍କର ଏକ ସାକ୍ଷାତକାରରେ ସ୍ପଷ୍ଟ କରି କହିଥିଲେ ଯେ ଆରହା ପାଠ ପଢା ସମାପ୍ତ କରିବା ପରେ ଫିଲ୍ମ କ୍ୟାରିୟରରେ ପାଦ ଦେବେ। କିନ୍ତୁ ଏବେ ଲାଗୁଛି ଯେ ଆରହା ଫିଲ୍ମ ଜଗତରେ ପ୍ରବେଶ କରିବାକୁ ତତ୍ପର। ୬ ବର୍ଷ ବୟସରେ, ଆରହା ତାଙ୍କ ନାମରେ ଏହି ସଫଳତା ହାସଲ କରିଛନ୍ତି।publive-image

ଏନେଇ ଆଲ୍ଲୁ ଅର୍ଜୁନ କହିଛନ୍ତି, ଛୋଟ ବୟସରେ ଆରହା ଯଦି ବଡ ସଫଳତା ନିଜ ନାଁରେ କରିପାରିଛନ୍ତି ତେବେ ବାପା ହିସାବରେ ମୁ ବେଶ୍ ଗର୍ବିତ। ମୁଁ ତାକୁ ଅନ୍‌ସ୍କ୍ରିନ୍‌ରେ ଦେଖି କିଭଳି ଅନୁଭବ କରିବି ଆଉ କିଭଳି ରିଆକ୍ଟ କରିବି ତାହା ମୁଁ ନିଜେ ଜାଣିନି।