କନକ ବ୍ୟୁରୋ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ ପୁଷ୍ପା’ ଏବେ ଚାରିଆଡେ ଧୁମ୍ ମଚେଇଛି । କ୍ରିକେଟ ପିଚ୍ ଠାରୁ ଆରମ୍ଭ କରି ପଲିଟିକ୍ସ ସବୁଠି ପୁଷ୍ପା ଫିଲ୍ମର ଡାଇଲଗ୍ । ଏହାର ଲୋକପ୍ରିୟତା ଆଶାଠାରୁ ବି ଅନେକ ଉଦ୍ଧ୍ୱର୍ରେ । ଏବେ ଦର୍ଶକ କେବଳ ଅଲ୍ଲୁ ଅର୍ଜୁନ ନୁହଁନ୍ତି ତାଙ୍କ ପରିବାର ତଥା ସ୍ତ୍ରୀ, ପିଲାମାନଙ୍କ ବିଷୟରେ ଜାଣିବାକୁ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି । ଆପଣଙ୍କୁ କହିରଖୁଁ ଯେ, ଅଲ୍ଲୁ ଅର୍ଜୁନଙ୍କ ପତ୍ନୀ ହେଉଛନ୍ତି ସ୍ନେହା ରେଡ୍ଡୀ । ତେବେ ଦୁହିଁଙ୍କ ପ୍ରେମ କାହାଣୀ ସବୁଠୁ ନିଆରା । ଦୁହିଁଙ୍କ ଲଭ୍ ଷ୍ଟୋରୀ ପୁରା ଫିଲ୍ମ ଷ୍ଟାଇଲରେ ହୋଇଥିବା କହିଛନ୍ତି ଅଲ୍ଲୁ ଅର୍ଜୁନ ।
ଅଲ୍ଲୁ ଅର୍ଜୁନ ଓ ସ୍ନେହାଙ୍କ ଲଭଷ୍ଟୋରୀର ପ୍ରେମ, ପୁରା ନାଟକୀୟ ମୋଡରେ ହୋଇଥିଲା । ଦିନ ଥିଲା ଅଲ୍ଲୁ ଅର୍ଜୁନ ତାଙ୍କର ଜଣେ ସାଙ୍ଗଙ୍କ ବିବାହରେ ଯୋଗ ଦେବାକୁ ଆମେରିକା ଯାଇଥିଲେ । ସେଠାରେ ତାଙ୍କ ବନ୍ଧୁ ସ୍ନେହାଙ୍କ ସହ ତାଙ୍କର ସାକ୍ଷାତ କରେଇଥିଲେ । ବାସ୍ ଏଇ ପ୍ରଥମ ଦେଖାରୁ ହିଁ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇଥିଲେ । ଏହାପରେ ଦୀର୍ଘ ସମୟ ଧରି ଦୁହିଁଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲେ ବି ନିଜ ମନରୁ ସ୍ନେହାଙ୍କୁ କାଢିପାରିନଥିଲେ ଅଲ୍ଲୁ ଅର୍ଜୁନ ।
ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କଲେ ଅର୍ଜୁନଙ୍କ ସାଙ୍ଗ ଯିଏ ସ୍ନେହାଙ୍କ ସହ ମଧ୍ୟ ସାଙ୍ଗ ଥିଲେ । ଅର୍ଜୁନଙ୍କ ମନ ଜାଣିପାରି ସେ ସ୍ନେହାଙ୍କୁ ମେସେଜ କରିବାକୁ ଚାପ ପକାଇଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଫୋନରେ କଥାବାର୍ତ୍ତା ଆରମ୍ଭ ହୋଇଥିଲେ ବି ଅନେକ ଦିନ ପରେ ଦୁହିଁଙ୍କର ପୁଣିଥରେ ଭେଟ ହୋଇଥିଲା । ଦ୍ୱିତୀୟ ଭେଟ ମଧ୍ୟ ବେଶ ସ୍ମରଣୀୟ ଥିଲା । ଦୁହେଁ ଅନେକ ଥର ଡେଟ୍ରେ ଗଲେ । ଏହା ମଧ୍ୟରେ ଦୁହେଁ ଦୁହିଁଙ୍କୁ ଭଲ ଭାବେ ବୁଝିପାରିଥିଲେ । ଏ ବିଷୟରେ ଅର୍ଜୁନଙ୍କ ବାପାଙ୍କୁ ଜଣାପଡିଥିଲା । ଏ ବିଷୟରେ ପଚରାଯିବାରୁ ସତ ସ୍ୱୀକାର କରିଥିଲେ ଅଲ୍ଲୁ ଅର୍ଜୁନ । ହେଲେ ପ୍ରଥମେ ପ୍ରଥମେ ଦୁହିଁଙ୍କ ପରିବାର ଲୋକ ବିବାହ ପାଇଁ ଅମଙ୍ଗ ହୋଇଥିଲେ ବି ଦୁର୍ହିଙ୍କ ପ୍ରେମ ଆଗରେ ସେମାନଙ୍କ ଜିଦ୍ ହାର ମାନିଥିଲା । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅର୍ଜୁନ ଓ ସ୍ନେହା ।
୨୦୧୦ ନଭେମ୍ବର ୨୬ ତାରିଖରେ ଅର୍ଜୁନ ଓ ସ୍ନେହାଙ୍କ ନିର୍ବନ୍ଧ ହେଲା । ୨୦୧୧ ମାର୍ଚ୍ଚ ୬ ତାରିଖରେ ଦୁହିଁଙ୍କ ବିବାହ ହୋଇଥିଲା । ସେତେବେଳେ ଦୁହଁଙ୍କ ବିବାହ ଟିଭି ପରଦାରେ ଲୋକପ୍ରିୟତା ହାସଲ କରିଥିଲା । ରଙ୍ଗୀନ ଦୁନିଆଁରେ କୌଣସି ବୈବାହିକ ସମ୍ପର୍କ ତିଷ୍ଠିବା ମୁସ୍କିଲ ହେଉଥିବାବେଳେ ଏମାନଙ୍କ ସମ୍ପର୍କ କିନ୍ତୁ ପୂର୍ବଭଳି ଦୃଢ ହୋଇ ରହିଛି । ଦୁହିଁଙ୍କର ଦୁଇ ସନ୍ତାନ( ପୁଅ, ଝିଅ) ଅଛନ୍ତି । ନିଜ ପରିବାରକୁ ନେଇ ସ୍ନେହା ବେଶ ଖୁସିରେ ଅଛନ୍ତି । ଅନେକ ସମୟରେ ନିଜର ପରିବାରର ଫଟୋକୁ ସେୟାର କରନ୍ତି ସ୍ନେହା ।
ସ୍ନେହା ଙ୍କ ବାପା ଇନଷ୍ଟିଚ୍ୟୁଟ୍ ଅଫ୍ ସାଇଣ୍ଟିଫକ୍ ଟେକ୍ନୋଲୋଜିର ଚେୟାରପର୍ସନ ଥିବାବେଳେ ସ୍ନେହା ମଧ୍ୟରେ ଜଣେ ବିଜନେସଓମ୍ୟାନ ଭାବେ ଜଣାଶୁଣା । ଏହାସହ ସ୍ନେହା ଜଣେ ଫେମସ୍ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ । ସୋସିଆଲ ମିଡିଆରେ ଏବେ ତାଙ୍କର ୭.୨ ମିଲିଅନ୍ ଫଲୋଅର୍ସ ଅଛନ୍ତି ।