କନକ ବ୍ୟୁରୋ : ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚୁଛନ୍ତି ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ସେଲିବ୍ରିଟି । ମେଗାଷ୍ଟାର ଅଲୁ ଅର୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜିବ ପ୍ରମୁଖ ଭୋଟ୍ ଦେଇଛନ୍ତି । ବିଏସଏନଏଲ୍ ସେଂଟର ୧୫୩ ନମ୍ବର ପୁଲିଂ ବୁଥରେ ସେ ଭୋଟ୍ ଦେଇଛନ୍ତି ଅଲୁ ଅର୍ଜୁନ । କଡ଼ା ସୁରକ୍ଷା ମଧ୍ୟରେ ସେ ଭୋଟଦାନ କେନ୍ଦ୍ରକୁ ଯାଇଥିଲେ ।

Advertisment

ଏହା ପରେ ଭୋଟ୍ ଦେବା ପାଇଁ ଲୋକଙ୍କ ସହ ଧାଡିରେ ଛିଡା ହୋଇଥିଲେ । ଏହି ସମୟରେ ଧାଡିରେ ଛିଡା ହୋଇଥିବା ଲୋକଙ୍କ ସହ କଥା ହୋଇଥିଲେ ଅଲୁ ଅର୍ଜୁନ । ସେହିପରି ଜୁନିଅର ଏନଟିଆର ମଧ୍ୟ ପରିବାର ସହ ଯାଇ ଭୋଟ୍ ଦେଇଛନ୍ତି । ଏହା ପରେ ମତଦାନ କେନ୍ଦ୍ରରେ ପହଂଚିଥିଲେ ଚିରଞ୍ଜିବ । ସେ ମଧ୍ୟ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।