କନକ ବ୍ୟୁରୋ: ଆଉ ମାତ୍ର ସପ୍ତାହକ ପରେ ରିଲିଜ୍ ହେବାକୁ ଯାଉଛି ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ୍’ । ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ଏହି ଫିଲ୍ମ ୫ ଭାଷାରେ ରିଲିଜ୍ ହେବ । ତେବେ ପରଦାକୁ ଆସିବା ପୂର୍ବରୁ ଫିଲ୍ମର ଟିମ୍ ମେମ୍ବରଙ୍କୁ ସର୍ପରାଇଜ୍ ଗିଫ୍ଟ ଦେଇଛନ୍ତି ଅର୍ଜୁନ । ଏହି ଫିଲ୍ମ ନିର୍ମାଣ ହେବାବେଳେ ଟେକ୍ନିସିଆନଙ୍କ କାମରେ ଖୁବ୍ ଖୁସି ହେବା ସହ ଉଚ୍ଚ ପ୍ରଶଂସା କରିଥିଲେ ଅଲ୍ଲୁ ଅର୍ଜୁନ୍ । ତେଣୁ ନିଜ ଖୁସିକୁ ଜାହିର କରିବାକୁ ଯାଇ କ୍ରୁ୍ୟ ମେମ୍ବରଙ୍କୁ ସୁନା କଏନ ସହ ୧୦ ଲକ୍ଷ ଲେଖାଏଁ ଟଙ୍କା ଉପହାର ଦେଇଛନ୍ତି ।

Advertisment

ଫିଲ୍ମ ‘ପୁଷ୍ପା: ଦ ରାଇଜ୍’ ଦୁଇଟି ଭାଗରେ ଦର୍ଶକଙ୍କ ସାମ୍ନାକୁ ଆସିବ । ଏହି ଫିଲ୍ମ ଆନ୍ଧ୍ରପ୍ରଦେଶର ଶେଷାଚାଲମ ଜଙ୍ଗଲରେ ଲାଲ ଚନ୍ଦନ ଗଛ ଚାଲାଣକାରୀଙ୍କ ଜୀବନୀ ଉପରେ ଆଧାରିତ । ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ନଜର ଆସିବେ ଫହାଦ ଫସିଲ, ରଶ୍ମିକା ମନ୍ଦାନା, ଜଗପଥୀ ବାବୁ, ପ୍ରକାଶ ରାଜ, ଅନସୂୟା ଭରଦ୍ୱାଜ, ହରିଶ ଉଥମାନ୍, ଧନଞ୍ଜୟ, ସୁନିଲ ବର୍ମା ପ୍ରମୁଖ । ଏବେ ଫିଲ୍ମର ଦ୍ୱିତୀୟ ଭାଗର ସୁଟିଂ ଚାଲିଛି ।