ଫିଲ୍ମ ପୁଷ୍ପା ବଢାଇଲା ଅଲ୍ଲୁ ଅର୍ଜୁନଙ୍କ ଡିମାଣ୍ଡ । ନୂଆ ଫିଲ୍ମ ପାଇଁ ୧୦୦ କୋଟିର  ଅଫର ମିଳିଥିବା ସୂଚନା !

648

କନକ ବ୍ୟୁରୋ : ଫିଲ୍ମ ପୁଷ୍ପା ସୁପରହିଟ୍ ହେବା ପରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ କ୍ରେଜ ଏବେ ଆକାଶଛୁଆଁ । ଅଲ୍ଲୁ ଅର୍ଜୁନଙ୍କ ହାତରେ ଗୋଟିଏ ପରେ ଗୋଟିଏ ବଡ ବଜେଟର ଫିଲ୍ମ ରହିଛି । ଆଉ ଏହିସବୁ ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ପାରିଶ୍ରମିକ ବାବଦକୁ ମଧ୍ୟ କୋଟି କୋଟି ଟଙ୍କାର ଅଫର ମିଳୁଛି । ଆଉ ଏଭଳି ବଡ ଫିଲ୍ମ ମିଳିବା ପଛର ବଡ କାରଣ ହେଉଛି ଫିଲ୍ମ ପୁଷ୍ପା । କାରଣ ଫିଲ୍ମ ପୁଷ୍ପାରେ ଅଲ୍ଲୁ ଅର୍ଜୁନଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ । କରୋନା କାଳରେ ମଧ୍ୟ ଅଲ୍ଲୁ ଅର୍ଜୁନଙ୍କ କ୍ରେଜ୍ ଦର୍ଶକଙ୍କୁ ଫିଲ୍ମ ହଲକୁ ଟାଣି ନେଇଥିଲା । ଆଉ ଦିନ କେଇଟା ମଧ୍ୟରେ ବ୍ଲକବଷ୍ଟର ହୋଇଥିଲା ଫିଲ୍କ ପୁଷ୍ପା ।

ଅଲ୍ଲୁ ଅର୍ଜୁନ ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହେବା ସହ କେବଳ କୋଟି କୋଟି ଟଙ୍କା ରୋଜଗାର କରି ନାହିଁ ବରଂ ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛି । ଆଉ ଅଲ୍ଲୁ ଅର୍ଜୁନଙ୍କ ଏଭଳି ସଫଳତା ରାତାରାତି ତାଙ୍କର ପାରିଶ୍ରମିକକୁ ମଧ୍ୟ କେଇ ଗୁଣା ଅଧିକ କରିଦେଇଛି । ମିଳିଥିବା ସୂଚନା ମୁତାବକ, ଲାଇକା ପ୍ରଡକ୍ସନ ନିଜର ଆଗାମୀ ଫିଲ୍ମ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଅଫର ଦେଇଛି । ଆଉ ଏଥିପାଇଁ ୧୦୦ କୋଟି ଟଙ୍କାର ପାରିଶ୍ରମିକ ଦେବାକୁ ମଧ୍ୟ ଅଫର ମିଳିଥିବା କୁହାଯାଉଛି ।  ଲାଇକା ପ୍ରଡକ୍ସନର ଏହି ଫିଲ୍ମର ନିର୍ଦ୍ଦେଶନାଭାର ତୁଲାଇବେ ଏଟଲି ।

ଅଲ୍ଲୁ ଅର୍ଜୁନ ଜବରଦସ୍ତ ଅଭିନେତା ହୋଇଥିବା ବେଳେ ଏଟଲି ମଧ୍ୟ ଦମଦାର ନିର୍ଦ୍ଦେଶକ । ଥେରି, ମାର୍ସଲ, ବିଜିଲ ଭଳି ବ୍ଲକବଷ୍ଟର ଫିଲ୍ମରେ ଏଟଲି ନିର୍ଦ୍ଦେଶନା ଦେଇଛନ୍ତି । ତେଣୁ ଏଟଲି- ଅଲ୍ଲୁ ଅର୍ଜୁନଙ୍କ ଯୋଡି ଏକ ନୂଆ ଧରଣର ଫିଲ୍ମ ଦର୍ଶକଙ୍କୁ ଭେଟି ଦେବେ ।