କନକ ବ୍ୟୁରୋ : ସମାନ ହୋଇପାରିବନି ଏଲୋପାଥି ଡାକ୍ତର ଓ ଆୟୁର୍ବେଦ ଡାକ୍ତରଙ୍କ ଦରମା । ଉଭୟ ପ୍ରକାରର ଡାକ୍ତର ସମାନ କାମ କରୁନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯେହେତୁ ସମାନ କାମ କରୁନାହାନ୍ତି ତେଣୁ ସମାନ ଦରମା ମିଳିବା କଥା କୁହାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଲୋପାଥି ଡାକ୍ତରମାନେ ଜରୁରୀକାଳୀନ ଡ୍ୟୁଟି କରିବାରେ ସକ୍ଷମ ଏବଂ ସେମାନେ ଟ୍ରମା କେୟାର କରିବାରେ ସକ୍ଷମ ଅଟନ୍ତି ।

Advertisment

କିନ୍ତୁ ଆୟୁର୍ବେଦ ଡାକ୍ତରମାନେ ଏହା କରିପାରିବେ ନାହିଁ । ସେହିପରି ଆୟୁର୍ବେଦିକ ଜଟିଳ ଅସ୍ତ୍ରୋପଚାର କରୁଥିବା ସର୍ଜନମାନଙ୍କୁ ସାହାଯ୍ୟ କରିବା ଆୟୁର୍ବେଦ ଡାକ୍ତରଙ୍କ ପକ୍ଷରେ ସମ୍ଭବ ନୁହେଁ, କିନ୍ତୁ ଏମବିବିଏସ ଡାକ୍ତରମାନେ ଏହା କରିପାରିବେ । ଏପରି ରାୟ ଦେବା ବେଳେ ଅଦାଲତ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି, ଏହାର ଅର୍ଥ ଗୋଟିଏ ଚିକିତ୍ସା ପଦ୍ଧତି ଅନ୍ୟ ଅପେକ୍ଷା ଭଲ ବୋଲି କୋର୍ଟ କହିନାହାନ୍ତି ।