କନକ ବ୍ୟୁରୋ : ମାହାଙ୍ଗା ରେ ବିଜେପି ନେତା କୁଳମଣି ବରାଳଙ୍କୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ମହାଙ୍ଗା ନୃତାଙ୍ଗରେ କୁଳମଣିଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
କୁଳମଣିଙ୍କ ଅନ୍ୟ ଜଣେ ସହଯୋଗୀ ଏବେ ଗୁରୁତର ଅଛନ୍ତି । ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । କୁଳମଣି ବରାଳ ହେଉଛନ୍ତି ମହାଙ୍ଗା ବ୍ଲକର ପୂର୍ବତନ ଚେୟାରମ୍ୟାନ । ତାଙ୍କ ମୃତ୍ୟୁ ପରେ ତାଙ୍କୁ ହତ୍ୟା କରିଥିବା ବିଜେପିର ନେତାମାନେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/462JP4BKBFIBTBGJP456LWQSVA.jpg)