କନକ ବ୍ୟୁରୋ: ଭୁବନେଶ୍ୱର ଆଲେନ ଇଂଷ୍ଟିଚ୍ୟୁଟର କରୋନା ସଂକ୍ରମିତ ଚିହ୍ନଟ । ପଜିଟିଭ ଚିହ୍ନଟ ପରେ ଇଷ୍ଟିଚ୍ୟୁଟକୁ ସିଲ କଲା ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ନହେବା ପର୍ଯ୍ୟନ୍ତ ଖୋଲିବ ନାହିଁ ଆଲେନ ଇଂଷ୍ଟିଚ୍ୟୁଟ । ସମସ୍ତ ସଂକ୍ରମିତଙ୍କ ପୃଥକ ପୃଥକ ଆଇସୋଲେସନରେ ରଖାଯାଇଛି । ଇଂଷ୍ଟିଚ୍ୟୁଟକୁ ବାହାର ଲୋକଙ୍କ ବାରଣ କରାଯାଇଛି । କେବଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀ ଇଂଷ୍ଟିଚ୍ୟୁଟକୁ ପ୍ରବେଶ ପାଇଁ ଅନୁମତି ରହିଛି ।
ଆଲେନ ଇନଷ୍ଟିଚ୍ୟୁଟ ହଷ୍ଟେଲ ଓ ମେସ ପ୍ରବେଶକୁ ବାରଣ କରାଯାଇଛି । ରାଜ୍ୟରେ ଦିନକୁ ଦିନ ଶିକ୍ଷାନୁଷ୍ଠାନ ଗୁଡିକରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକି ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/24-22.jpg)