କନକ ବ୍ୟୁରୋ: ୯ ବର୍ଷ ଝିଅର ସନ୍ଦେହ ଜନକ ମୃତ୍ୟୁ । ବାପା ଝିଅକୁ ହତ୍ୟା କରିଥିବା ଅଭିଯୋଗ । ମୃତ କୁନି ଝିଅର ସାନ ଭାଇ କହିଲା ଅପାକୁ ମାରିଛି ବାପା । ଏଭଳି ଏକ ସମ୍ବେଦନଶୀଳ ଖବର ଆସିଛି ଗଂଜାମ ଜିଲ୍ଲା ଖଲିକୋଟ ଅଂଚଳରୁ । ୯ ବର୍ଷର ଝିଅକୁ ଦଉଡି ସାହାଯ୍ୟରେ ବାପା ହତ୍ୟା କରିଥିବା ପୁଅ କହିଛି । ତେବେ ଘଟଣାକୁ ନେଇ ବାପା ଗୋପାଳ ବେହେରାକୁ ଅଟକ ରଖି ପଚରା ଉଚୁରା କରୁଛି ଖଲ୍ଲିକୋଟ ପୋଲିସ । ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ଯେ, ମୃତ ଝିଅର ବେକରେ ଦାଗ ରହିଛି ।