କନକ ବ୍ୟୁରୋ: ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କୁ ସେବାୟତଙ୍କ ଆକ୍ରମଣ ଅଭିଯୋଗ । ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିର ପରିସରରେ ଫଟୋସୁଟ୍ କରୁଥିବା ବେଳେ ନୃତ୍ୟଶିଳ୍ପୀଙ୍କୁ ସେବାୟତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମୁକ୍ତେଶ୍ୱର ମନ୍ଦିର ପରିସରରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ଫଟୋସୁଟ କରୁଥିବା ବେଳେ ମନ୍ଦିର ଦାୟିତ୍ୱରେ ଥିବା ସେବାୟତ ମୁକ୍ତିିକାନ୍ତ ବଟୁ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେବାୟତ ଜଣକ ଅଭଦ୍ର ଭାଷାରେ ଗାଳିଗୁଳଜ କରିବା ସହ ମାଡ ମାରୁଥିବାର ଭିଜୁଆଲ ଭାଇରାଲ ହୋଇଛି । ଏନେଇ ନୃତ୍ୟଶିଳ୍ପୀମାନେ ପୋଲିସକୁ ଡାକିବା ପରେ ସେବାୟତ ଜଣକ ପୋଲିସକୁ ବି ଗାଳିଗୁଳଜ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦୁଇଟି ମାମଲା ରୁଜୁ ହୋଇଛି । ଏହାସହ ଅଭିଯୁକ୍ତ ସେବାୟତ ମୁକ୍ତିିକାନ୍ତ ବଟୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୩୫୩, ୨୯୪ ଓ ୫୦୬ ଆଇପିସିରେ ମାମଲା ରୁଜୁ ହୋଇଛି ।