କନକ ବ୍ୟୁରୋ : ରୋଗୀଙ୍କ ଜୀବନ ସହ ଖେଳ । ରକ୍ତ ପ୍ୟାକେଟ ବାହାରେ ଲେଖା ହୋଇଛି ‘ଏ’ ପିଜିଟିଭ୍ କିନ୍ତୁ ଭିତରେ ‘ବି’ ପିଜିଟିଭ୍ ଥିବା ରକ୍ତ ରୋଗୀଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୭୪ ବର୍ଷିୟ ବୟସ୍କ ବିଭୁତି ଭୂଷଣ ଜେନାଙ୍କ ଚିକିତ୍ସା ପାଇଁ ରକ୍ତ ଆବଶ୍ୟକ ଥିଲା । ତାଙ୍କ ପୁଅ ‘ଏ’ ପଜିଟିଭ ରକ୍ତ ରେଡକ୍ରସରୁ ଆଣିବା ପାଇଁ ଯାଇଥିଲେ ।

Advertisment

ଏଥିପାଇଁ ସମସ୍ତ ଯାଞ୍ଚ ପରେ ‘ଏ’ ପିଜିଟିଭ ଲେଖାଥିବା ରକ୍ତ ପ୍ୟାକେଟ୍ ରୋଗୀଙ୍କୁ ଦିଆଯାଇଥିଲା । ରକ୍ତ ଦେବାର କିଛି ସମୟ ପରେ ହଠାତ୍ ରୋଗୀଙ୍କ ଠାରେ ଅସ୍ୱାଭାବିକ ଲକ୍ଷଣ ଦେଖାଦେଇଥିଲା । ତାଙ୍କ ଶରୀର ଥରି ଉଠିଥିଲା । ଏହା ପରେ ସେହି ରକ୍ତକୁ ଚେକ୍ କରିବା ପରେ ଏହା ‘ଏ’ ପଜିଟିଭ୍ ବଦଳରେ ‘ବି’ ପଜିଟିଭ ବୋଲି ଜଣାପଡ଼ିଥିଲା । ତେବେ ଏହି ଘଟଣାର ସ୍ୱତନ୍ତ୍ର ଯାଞ୍ଚ କରାଯିବା ନେଇ ସୂଚନା ଦେଇଛନ୍ତି ରେଡକ୍ରସ୍ ନିର୍ଦ୍ଦେଶକ ଚନ୍ଦ୍ରିକା ଦାସ ।