ବନ୍ଧୁକ ମୁନରେ ଡକାୟତି ଅଭିଯୋଗ । ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନାଗହଣା ।

93

କନକ ବ୍ୟୁରୋ: ବନ୍ଧୁକ ମୁନରେ ଡକାୟତି ଅଭିଯୋଗ । ଲୁଟି ନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା । ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର ବ୍ୟବସାୟୀ ସୁନିଲ ସାହୁଙ୍କ ଘରେ ଭଡାରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରେ ପଶି ଡକାୟତି କରିଛନ୍ତି ମୁଖାପିନ୍ଧା ଡ଼କାୟତ । ଅଭିଯୋଗ ଅନୁସାରେ ଗତକାଲି ମଧ୍ୟ ରାତିରେ ଆଠ ଜଣ ମୁଖା ପିନ୍ଧା ଦୁର୍ବୁତ ଘରେ ତାଲା ଭାଙ୍ଗି ପଶିଥିଲେ । ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ସହ ଛୋଟ ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧମକାଇବା ସହ ଯାହା ଅଛି ଦେବାକୁ କହିଥିଲେ । ଏହାସହ ବ୍ୟବସାୟୀ ସୁନୀଲ ସାହୁଙ୍କ ରୁମ ବିଷୟରେ ପଚାରି ସେଠି ମଧ୍ୟ ତନାଘନା କରିଥିଲେ । ଲୁଟ ହୋଇଥିବା ଟଙ୍କା ଓ ସୁନାଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଲୁଟ କରିବାକୁ ଆଠ ଜଣ ଦୁର୍ବୁତ ଆସିଥିବା ବେଳେ ଛଅ ଜଣଙ୍କ ହାତରେ ବନ୍ଧୁକ ଓ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିବା କହିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍ ସହ ସନ୍ଧାନୀ କୁକୁରର ସାହାଯ୍ୟ ମଧ୍ୟ ନିଆଯାଇଛି ।