ସୁପ୍ରିମକୋର୍ଟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ, ୟୁପିର ସାଂସଦ ଓ ପୋଲିସଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ

213

କନକ ବ୍ୟୁରୋ : ସୁପ୍ରିମକୋର୍ଟ ବାହାରେ ଅଗଷ୍ଟ ୧୬ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିବା କଥିତ ଦୁଷ୍କର୍ମ ପୀଡିତାଙ୍କ ମୃତ୍ୟୁ ହୋଇଛି । ଦୁଷ୍କର୍ମ ପୀଡିତା ଓ ତାଙ୍କୁ ପୁରୁଷ ବନ୍ଧୁ ସୁପ୍ରିମକୋର୍ଟ ବାହାରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଗମ୍ଭୀର ରୂପେ ପୋଡି ଯାଇଥିବା ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚଳିତ ମାସ ୨୧ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ପୁରୁଷ ବନ୍ଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୀଡିତାଙ୍କ ମୃତ୍ୟୁ ହୋଇଛି ।

ଫେସବୁକ୍ ଲାଇଭ କରି ପୀଡିତା ଓ ତାଙ୍କ ବନ୍ଧୁ ଏସଏସପି ଅମିତ ପାଠକ, ସିଇଓ ଅମରେଶ ସିଂ, ଦାରୋଗା ସଂଜୟ ରାୟ, ଓ ତାଙ୍କ ପୁଅ ବିବେକ ରାୟ ଓ ପୂର୍ବ ଆଇଜିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

କହିରଖୁ କି ଆତ୍ମହତ୍ୟା ଉଦ୍ୟମ ବେଳେ ପୀଡିତାଙ୍କ ଶରୀରର ୭୦ ଭାଗ ପୋଡି ଯାଇଥିଲା । ଏହାକୁ ବି ସେ ଫେସବୁକ ଲାଇଭରେ ସାମିଲ କରିଥିଲେ । ଏହା ପୂର୍ବରୁ ପୀଡିତା ଜଣଙ୍କ ୟୁପି ସାଂସଦ ଅତୁଲ ରାୟଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।

ପୀଡିତା ଜଣଙ୍କ ୟୁପିର ଛୋଟ ବଡ ନେତା ଓ ପୋଲିସ ଅଧିକାରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ସେ ତାଙ୍କ ବନ୍ଧୁଙ୍କ ସହ ଅଗଷ୍ଟ ୧୬ ତାରିଖ ଦିନ ସୁପ୍ରିମ କୋର୍ଟ ଗେଟ୍ ନମ୍ବର ଡି ବାଟଦେଇ ଭିତରକୁ ପଶିବାକୁ ପ୍ରୟାସ କରିଥିଲେ । ହେଲେ ପର୍ଯ୍ୟାପ୍ତ ପରିଚୟ ପତ୍ର ନଥିବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ଯିବାକୁ ଦେଇ ନଥିଲେ । ଏହାପରେ ସେମାନେ ଫେସବୁକ ଲାଇଭ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏହାପରେ ଜଣାପଡିଥିଲା କି ଇଏ ହେଉଛନ୍ତି ସେହି ମହିଳା, ଯେ କି କିଛିଦିନ ପୂର୍ବରୁ ସାଂସଦ ଅତୁଲ ରାୟଙ୍କ ନାମରେ ଅଭିଯୋଗ ଆଣିଥିଲେ । ଅନ୍ୟପଟେ ଏହି ମାମଲାରେ ଅନ୍ୟ ଜଣେ (ଯିଏ କି ପୀଡିତାଙ୍କ ସହ ଆତ୍ମହତ୍ୟା ଉଦ୍ୟମ କରିଥିଲେ) ଏହି ଘଟଣାର ସାକ୍ଷୀ ଥିଲେ । ଆତ୍ମହତ୍ୟା ଉଦ୍ୟମ ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ସେପଟେ ଅତୁଲ ରାୟଙ୍କ ଉପରେ ଅଭିଯୋଗ ଆଣିଥିବା ଏହି ମହିଳାଙ୍କୁ କୋର୍ଟ ହନିଟ୍ରାପ ଅଭିଯୋଗ ଆଣିଥିଲେ । ଅତୁଲ ରାୟ ବିଏସପି ଟିକେଟରୁ ଘାଷି ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ଏହି ମାମଲାରେ ଏବେ ଅତୁଲ ରାୟ ନୈନି ଜେଲରେ ଅଛନ୍ତି । ତାଙ୍କୁ ଜାମିନ ମିଳିନାହିଁ ।