କନକ ବ୍ୟୁରୋ : ନାରୀଙ୍କ ପାଇଁ ଅସୁରକ୍ଷିତ ରାଜଧାନୀ । ଗତ ୨୪ ଘଣ୍ଟା ଭିତରେ ଗଲାଣି ୩ ଝିଅ, ମହିଳାଙ୍କ ଜୀବନ । କେଉଁଠି ବଧୂ ହତ୍ୟା ଅଭିଯୋଗ, ତ ପୁଣି କେଉଁଠି ମହିଳାଙ୍କୁ ଛୁରୀ ଭୁଷି ହତ୍ୟା । ଏପରିକି ମାତ୍ର ୩ ବର୍ଷର କଅଁଳା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ଖବର ଗତ ୨୪ ଘଂଟା ଭିତରେ ସାମ୍ନାକୁ ଆସିଛି । ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ । ଝିଅକୁ ଶାଶୁଘରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।
ଏୟାରଫିଲ୍ଡ ଥାନା ଅରବିନ୍ଦ ନଗରରେ ପ୍ରିୟଙ୍କା ମିଶ୍ରଙ୍କୁ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି । ଅଢ଼େଇ ବର୍ଷ ପୂର୍ବରୁ କେନ୍ଦ୍ରାପଡ଼ାର ପ୍ରିୟଙ୍କା ମିଶ୍ରଙ୍କ ସହ ଅରବିନ୍ଦ ନଗରର ପ୍ରଦୀପ୍ତ ଦାସଙ୍କ ପୁଅ ସୁରଜ ଦାସଙ୍କ ବିବାହ ହୋଇଥିଲା । ବିବାହ ପରଠାରୁ ଶାଶୁଘର ଲୋକେ ପ୍ରିୟଙ୍କା ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଏବଂ ପୂର୍ବରୁ ପ୍ରିୟଙ୍କାଙ୍କ ଗର୍ଭ ନଷ୍ଟ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ରାଜଧାନୀରେ ଅସୁରକ୍ଷିତ ନାରୀ । ୨୪ ଘଣ୍ଟାରେ ୪ ଝିଅ, ମହିଳାଙ୍କ ହତ୍ୟା ଅଭିଯୋଗ
/kanak/media/post_attachments/wp-content/uploads/2023/11/22-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)