ବଦଳିଲେ ବାଲିଆପାଳ କୃଷ୍ଣଭାନୁ ହାଇସ୍କୁଲର ଶିକ୍ଷୟିତ୍ରୀ । ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ୨ ଶିକ୍ଷକଙ୍କ ମଧ୍ୟ ବଦଳି

ପ୍ରଧାନଶିକ୍ଷକଙ୍କ ବିରୋଧରେ ଶିକ୍ଷୟିତ୍ରୀ ଆଣିଥିଲେ ଅସଦାଚରଣ ଅଭିଯୋଗ; ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

2,696

କନକ ବ୍ୟୁରୋ: ବାଲିଆପାଳ ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ ଘଟଣାର ତଦନ୍ତ ରିପୋର୍ଟ ଆସିଛି । ରିପୋର୍ଟ ଆଧାରରେ ଶିକ୍ଷୟିତ୍ରୀଙ୍କ ସହ ପ୍ରଧାନଶିକ୍ଷକ ଓ ଅନ୍ୟ ଦୁଇ ଶିକ୍ଷକଙ୍କ ବଦଳି ହୋଇଛି । ତଦନ୍ତ ରିପୋର୍ଟରେ କୁହାଯାଇଛି, ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ । ଏହି ଘଟଣାରେ ବାଲେଶ୍ୱର ଡିଇଓଙ୍କୁ ରିପୋର୍ଟ ମଗାଯାଇଥିଲା । ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ବାଲିଆପାଳର ଜାଠିଆସ୍ଥିତ କୃଷ୍ଣଭାନୁ ହାଇସ୍କୁଲରେ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିଲା । କନକନ୍ୟୁଜରେ ଶିକ୍ଷୟିତ୍ରୀ ଏହି ଅଭିଯୋଗ ଆଣିଥିଲେ । ସେ କହିଥିଲେ, ପ୍ରଧାନଶିକ୍ଷକ ୮-୯ ମାସ ହେଲା ଖରାପ ବ୍ୟବହାର କରିଆସୁଥିଲେ । ବାରମ୍ବାର ଫୋନ କରିବା ଓ ତାଙ୍କ କଥା ମାନିଯିବା ପାଇଁ ଧମକ ଦେଉଥିଲେ । ପ୍ରଧାନଶିକ୍ଷକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ କାହାକୁ ଖାତିର କରୁନଥିଲେ ।