କନକ ବ୍ୟୁରୋ: ମିଶନ ଶକ୍ତିରେ ଦର୍ନୀତି ଅଭିଯୋଗରେ ଗିରଫ ହେଲେ ମହିଳା ସଂଘର ସଭାନେତ୍ରୀ । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ କାଏମା ପଞ୍ଚାୟତ ମିଶନ ଶକ୍ତିରେ କୋଡିଏ ଲକ୍ଷ ଟଙ୍କାର ଅନିୟମିତତା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଉପସ୍ଥିତିରେ କାଏମା ମିଶନ ଶକ୍ତି ଗୃହକୁ ପ୍ରଶାସନ ସିଲ କରିଛି । ଅନ୍ୟପଟେ ଦୁର୍ନୀତି ଅଭିଯୋଗରେ ମହିଳା ସଂଘର ସଭାନେତ୍ରୀ ବିଦୁଲତା ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଛି ।
କାଏମା ପଞ୍ଚାୟତରେ ୧୨୮ଟି ମହିଳା ଗୋଷ୍ଠୀ ରହିଛି । ଏହି ଗୋଷ୍ଠୀରେ ସଭାନେତ୍ରୀ ରହିଥିଲେ ବିଦୁଲତା ବିଶ୍ୱାଳ । ୨୦୨୩ ମସିହା ସେପ୍ଟେମ୍ବର ମାସରୁ ପାଖାପାଖି ଦଶମାସ ହେବ ସିଆରପି, ଇସି, ବ୍ୟାଙ୍କ ମିତ୍ରମାନେ ଦରମା ନପାଇବାରୁ ବ୍ଲକ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ବ୍ଲକର ଜୀବିକା ମିଶନ ସଂସ୍ଥାର ମୁଖ୍ୟ ତଦନ୍ତ କରି କୋଡିଏ ଲକ୍ଷ ପଚାଶ ହଜାରରୁ ଅଧିକ ଟଙ୍କା ଅନିୟମିତତା ହୋଇଥିବା ଜଣାପଡିବା ପରେ ଧର୍ମଶାଳା ଥାନାରେ ଏତାଲା ଦେଇଥିଲେ । କାଏମା ପଞ୍ଚାୟତର ଏସଏଚଜି ମହିଳାମାନେ ଧର୍ମଶାଳା ବ୍ଲକରେ ପୁନର୍ବାର ଲିଖିତ ଅଭିଯୋଗ କରି ତୁରନ୍ତ ବକେୟା ପଉଣା ଦେବାକୁ ଦାବି କରିଛନ୍ତି । ଏହି ଦୁର୍ନୀତିରେ ବ୍ଲକରେ କାର୍ଯ୍ୟରତ କିଛି ବିପିଏଲଏଫ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି । ସେମାନଙ୍କୁ ତଦନ୍ତ ପରିସରକୁ ଆଣି ଖୋଳତାଡ କଲେ ଲୁଟ ଟଙ୍କାର ରହସ୍ୟ ଉନ୍ମୋଚନ ହୋଇପାରିବ ବୋଲି ଏସଏଚଜିମାନେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/08/29-3.jpg)