ବଡମ୍ବା ବ୍ଲକରେ ବ୍ୟାପକ ଦୁର୍ନୀତି, ପୋଖରୀ ନିଲାମରେ ଚଞ୍ଚକତା ଅଭିଯୋଗ।

ବଡମ୍ବା ବ୍ଲକରେ ବ୍ୟାପକ ଦୁର୍ନୀତି, ପୋଖରୀ ନିଲାମରେ ଚଞ୍ଚକତା ଅଭିଯୋଗ।

କନକ ବ୍ୟୁରୋ: ବଡ଼ମ୍ବା ବ୍ଲକ ଶଙ୍ଖାମେରୀ ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ । ଗାଁର ବଡ଼ ପୋଖରୀ ଓ ସାନ ପୋଖରୀ ନିଲାମରେ ଗାଁର ସରପଞ୍ଚ ଓ ସ୍ୱାମୀଙ୍କ ସହ ଅନ୍ୟ ଲୋକ ମାନେ ଦୁର୍ନୀତି କରିଛନ୍ତି । ଶଙ୍ଖାମେରୀ ପଂଚାୟତର ବଡ଼ପୋଖରୀର ନିଲାମ ୮୫ ହଜାରରୁ ଅଧିକ ହେବା କଥା ମାତ୍ର ବଡ଼ପୋଖରୀର ପ୍ଲଟ ନମ୍ବରକୁ ଜାଲିଆତି କରି ସାନପୋଖରୀ ପ୍ଲଟ ନମ୍ବର ପକାଇ ମାତ୍ର ୧୧ ହଜାର ୭୮୦ ଟଙ୍କା ପକାଇ ନିଲାମ କରାଯାଇଛି । ଏହି ଜାଲିଆତି କରିଥିବା କଥା ଆରଟିଆଇ ତଥ୍ୟରୁ ମିଳିଛି । ସେପଟେ ସାନପୋଖରୀ ପ୍ଲଟ ନମ୍ବର ହେଉଛି ୫୦୩୨ କିନ୍ତୁ ସାନପୋଖରୀ ପ୍ଲଟ ନମ୍ବରକୁ ବଡ଼ପୋଖରୀ ବୋଲି ଦର୍ଶାଇଛନ୍ତି । ତେଣୁ ସରକାରୀ କାଗଜରେ ସାନପୋଖରୀ ଟିକୁ ସ୍ଥାନୀୟ ପ୍ରିୟଦର୍ଶନୀ ଶ୍ରୁତି ବାଲିକା ଉଚ୍ଚ ବିଦ୍ୟାଳୟର ପଛ ଭାଗ ଏକ ଜଙ୍ଗଲ ସଦୃଶ୍ୟ ଦର୍ଶାଯାଇଛି । ତେବେ ଏହି ପୋଖରୀ ନିଲାମ ପାଇଁ କୌଣସି ସଭା ହୋଇନାହିଁ ।

ଶଙ୍ଖାମେରୀ ପଂଚାୟତର ୧୨ଟି ସ୍ୱୟଂସହାୟକ ଗୋଷ୍ଠୀ ମଧ୍ୟ ଏସଂପର୍କରେ ଅବଗତ ନାହାନ୍ତି । ସେପଟେ ଗାଁରେ ସଭା ହେଉନଥିବାରୁ ସରପଂଚ ମଧ୍ୟ ଚୁପ ରହୁଛନ୍ତି ଓ ପଂଚାୟତ ଅଧିକାରୀଙ୍କ ଅନୁପସ୍ଥିତ ରହୁଥିବାରୁ ଗାଁଲୋକ ଅଭିଯୋଗ କରିଛନ୍ତି । ବ୍ଲକର ବିଡିଓ ,ଜିପିଓ,ପଂଚାୟତର ଭିଏଲଡବ୍ଲୁ ଅଧିକାରୀ ଅର୍ଥ ହଡପ କରିଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି ।ପୋଖରୀକୁ ପଡିଆ କରିବା ଓ ଏହାର ବର୍ଗୀକରଣରେ ଆଠଗଡ ଉପଜିଲ୍ଲାପାଳ କିପରି ଦସ୍ତଖତ କରିଛନ୍ତି ସେ ନେଇ ଗାଁଲୋକ ଓ ସ୍ୱୟଂ ସହାୟକ ଗୋଷ୍ଠୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe