କନକ ବ୍ୟୁରୋ: ରାସନ ଚାଉଳ ହଡ଼ପ ପ୍ରତିବାଦରେ ଧାରଣା । କେନ୍ଦ୍ରାପଡ଼ା ଜିଳ୍ଲା ରାଜନଗର ବ୍ଲକ ସାତଭାୟା ପଂଚାୟତରେ ଦୀର୍ଘ ୮ ମାସ ହେଲା ରାସନ ସାମଗ୍ରୀ ବଣ୍ଟନ ହୋଇନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ରାସନ ସାମଗ୍ରୀ ପାଇଁ ବାରମ୍ବାର ଦାବି କରିବା ପରେ ରାସନ ନମିଳିବାରୁ ଶେଷରେ ବାଧ୍ୟ ହୋଇ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି ।

Advertisment

ଏପଟେ ଏନେଇ ଗ୍ରାମବାସୀ ଯୋଗାଣକାରୀଙ୍କୁ ପଚାରିବାରୁ ସେ କୌଣସି ସଠିକ୍ ସୂଚନା ଦେଇନଥିଲେ । ଫଳରେ ଗ୍ରାମବାସୀମାନେ ରାଜନଗର ବିଡ଼ିଓ ଓ ବ୍ଲକ ଯୋଗାଣ ଅଧିକାରୀଙ୍କ ସହ କେନ୍ଦ୍ରାପଡ଼ା ଉପଜିଳ୍ଲାପାଳଙ୍କୁ ଭେଟି ତୁରନ୍ତ ସେମାନଙ୍କ ରାସନ ସାମଗ୍ରୀ ଯୋଗାଇଦବାକୁ ଦାବି କରିଥିଲେ । ହେଲେ ରାସନ ସାମଗ୍ରୀ ନମିଳିବାରୁ ହିତାଧିକାରୀମାନେ ବ୍ଲକ ଆଗରେ ଧାରଣା ଦେଇଛନ୍ତି ।