କନକ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡିଙ୍କ ପତ୍ନୀ ସନ୍ତୋଷିନୀ ତାଣ୍ଡି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶଯ୍ୟା ଅଭାବରୁ ମା ଓ ଶିଶୁ ଉଭୟ ୱାର୍ଡର ବାରଣ୍ଡାରେ ଆଶ୍ରୟ ନେଉ ଚିକିତ୍ସିତ ହେଉଥିଲେ । ସନ୍ତୋଷିନୀଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ରହିଥିଲେ ।
ତେବେ ଆଜି ସକାଳୁ ସନ୍ତୋଷିନୀ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଅଜଣା ମହିଳା ତାଙ୍କ ଶାଶୁଙ୍କ ନିକଟକୁ ଆସି ଛୁଆକୁ କିଛି ସମୟ ପାଇଁ ଧରିବା ପାଇଁ କହିଥିଲେ । ଏହା ପରେ ପରେ କିଛି ସମୟ ମଧ୍ୟରେ ଅଜଣା ମହିଳା ଜଣକ ଶିଶୁଟିକୁ ନେଇ କୁଆଡେ ଚାଲିଯାଇଥିବା ନେଇ ମୁଖ୍ୟ ଚିକିତ୍ସାଳୟ କର୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ଶିଶୁ ଚୋରି ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ହୋଇଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/10-27.jpg)