ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିରୋଧରେ ସାଂଘାତିକ ଅଭିଯୋଗ । ଡାଏଲେସିସ୍ ରୋଗୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ
କନକ ବ୍ୟୁରୋ: ଡାଇଲେସିସ ରୋଗୀଙ୍କ ଠାରୁ ଲାଞ୍ଚ ଅଭିଯୋଗ । ସରକାରୀ ଡାକ୍ତରଖାନାରେ ବେସରକାରୀ କମ୍ପାନୀ କର୍ମଚାରୀଙ୍କ ଦୌରାତ୍ମ୍ୟ । ତେବେ ଲାଞ୍ଚ ନେବା ପରେ ମଧ୍ୟ ରୋଗୀଙ୍କୁ ଅଣଦେଖା କରାଯାଇ ଥିବାରୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଆଉ ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଡାଏଲେସିସ ଟେକ୍ନିସିଆନ ରାତାରାତି ଚାକିରି ଛାଡି ଚାଲି ଯାଇଥିବା ଜଣାପଡିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
- ସରକାରୀ ଡାକ୍ତରଖାନାରେ ବେସରକାରୀ କର୍ମଚାରୀଙ୍କ ଦୌରାତ୍ମ୍ୟ
- ଡାଇଲେସିସ ରୋଗୀଙ୍କ ଠାରୁ ଲାଞ୍ଚ ଅଭିଯୋଗ
- ଲାଞ୍ଚ ନ ଦେଲେ ହେଉନି ଡାଏଲେସିସ!
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିରୋଧରେ ଆସିଛି ଏମିତି ସାଂଘାତିକ ଅଭିଯୋଗ । ମାଲକାନଗିରି ଜିଲ୍ଲା ଏମଭି ୭୨ ଗାଁ’ର ୫୫ ବର୍ଷୀୟ ତପନ କୁମାର ରାୟ କିଡନୀ ରୋଗରେ ପୀଡିତ ହୋଇ ଥିବାରୁ ବାରମ୍ବାର ଡାଇଲେସିସ କରିବା ଜରୁରୀ ହୋଇ ପଡିଥିଲା । ଆଉ ବ୍ରହ୍ମପୁର ବଡ ମେଡିକାଲ ପରେ ମାଲକାନଗିରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲେସିସି କରାଉ ଥିଲେ ତପନ କୁମାର । ତେବେ ତାଙ୍କ ଡାଇଲେସିସ ପାଇଁ, ସୁଜୟ ଗିରି ନାମକ ଜଣେ ଟେକ୍ନିସିଆନ ୫ ହଜାର ଟଙ୍କା ଦାବି କରି ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ତପନ । ଏପରିକି ଟଙ୍କା ନ ଦେଲେ ଡାଇଲେସିସ ସିରିଅଲରେ ନାଁ ଚଢିବ ନାହିଁ ବୋଲି ରୋକ୍ ଠୋକ୍ ମନା କରିବାରୁ ସେ ବାଧ୍ୟ ହୋଇ ଟଙ୍କା ଦେଇଥିବା କହିଛନ୍ତି । ହେଲେ ଲାଞ୍ଚ ଦେବା ପରେ ମଧ୍ୟ ରୋଗୀଙ୍କୁ ଅଣଦେଖା କରି ଥିବାରୁ ତପନ ରାୟଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ସରକାରଙ୍କ ସହାୟ ଯୋଜନା ମାଧ୍ୟମରେ ଫେବ୍ରୁଆରୀ ୨୦୧୯ରେ ୬ ଟି ଡାଇଲେସିସ ମେସିନ ସ୍ଥାପନ କରାଯାଇ ରାହି କେୟାର ଡାଇଲେସିସ କମ୍ପାନୀକୁ ପରିଚାଳନା ଦାୟିତ୍ୱ ଦିଆ ଯାଇଥିଲା । ତେବେ ମାଲକାନଗିରି ଜିଲ୍ଲାରେ ପ୍ରତି ରୋଗୀଙ୍କ ଡାଇଲେସିସ ପାଇଁ ନାମ ଲେଖାଇବା ଲାଗି ଆଉଟସୋର୍ସ କମ୍ପାନୀ ର ଟେକ୍ନିସିଆନ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଜଣା ପଡିବା ପରେ ଟେକ୍ନିସିିଆନ ସୁଜୟ ଗିରି ରାତିରାତି ଚାକିରିରୁ ଇସ୍ଥଫା ଦେଇ ଚାଲି ଯାଇଥିବା ଜଣା ପଡିଛି ।
ତେବେ ଘରୋଇ ଡାକ୍ତରଖାନାରେ ଡାଇଲେସିସ ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବାରୁ ଗରିବ ଗୁରୁବାମାନେ ସରକାରୀ ଡାକ୍ତରଖାନା ଉପରେ ନିର୍ଭର କରନ୍ତି । ତେବେ ସରକାରୀ ଡାକ୍ତରଖାନାରେ ବେସରକାରୀ କର୍ମଚାରୀଙ୍କ ଲାଞ୍ଚ କାରବାର ଯୋଗୁ ରୋଗୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି ।