କନକ ବ୍ୟୁରୋ: ଦୁଷ୍କର୍ମ ପରେ ବିଷ ପିଇଦେଲେ ନାବାଳିକା । ଝରଣାକୁ ଗାଧୋଇବାକୁ ଯାଇଥିବାବେଳେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ । ଲୋକଲଜ୍ଜାକୁ ସହି ନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ମୃତଙ୍କ ମାଆ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରେଇ ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ନାବାଳିକାଙ୍କୁ ଦୁଷ୍କର୍ମ ପରେ ଲୋକଲଜ୍ଜାରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ମାଙ୍କ କହିବା କଥା ଗତକାଲି ଦିନ ୧୨ ଟା ସମୟରେ ଝିଅ ଝରଣା ସାହୁ ପାଖ ଝରଣାକୁ ଗାଧୋଇବାକୁ ଯାଇଥିଲେ ।

Advertisment

ସେଠାରେ ସୁଯୋଗ ପାଥ ସରୋଜ ପ୍ରଧାନ ତାଙ୍କୁ ପାଖ ଜଙ୍ଗଲକୁ ନେଇ ଦୁଷ୍କର୍ମ କରଥିବା ଅଭିଯୋଗ କରିଛନ୍ତି । ଏ ଘଟଣାକୁ ସେଠାରେ ଥିବା ଲୋକମାନେ ଦେଖିଥିଲେ ।ପରେ ଲୋକଲଜ୍ଜାକୁ ଡ଼ରି ବିଷ ପିଇଦେଇଥିଲେ ଝିଅ ଝରଣା । ଝିଅକୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ବାଟରେ ତାଙ୍କ ମୃତ୍ୟୁ ହୋଇଥିବା ଡ଼ାକ୍ତର କହିଥିଲେ । ଏନେଇ ପରିବାର ତେଲକୋଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସରୋଜ ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି । ଦୋଷୀକୁ ତୁରନ୍ତ ଉଚିତ ଦଣ୍ଡ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି ।