ମୋବାଇଲରେ ଗେମ ଖେଳିବାକୁ ନଦେବାରୁ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ନବରଙ୍ଗପୁର ଜାମଦରା ଗାଁରେ ନବମ ଶ୍ରେଣୀଙ୍କ ଛାତ୍ରଙ୍କ ଆତ୍ମହତ୍ୟା

449

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜାମଦରା ଗାଁରୁ ଆସିଛି ଏକ ଦୁଃଖଦ ଖବର । ମୋବାଇବ ଗେମ୍ ପାଇଁ ଏହି ଗାଁର ଜଣେ ନାବାଳକ ତରୁଣ ଗଣ୍ଡ ଆତ୍ମହତ୍ୟା କରିଥିବା ଅଭିୋଗ ହୋଇଛି । ଖବର ଅନୁସାରେ, ଏହି ଗାଁର ୧୫ ବର୍ଷିୟ ତରୁଣ ଗଣ୍ଡ ରାଇଘର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।

ମହାମାରୀ ପାଇଁ ସବୁ ବନ୍ଦ ରହିଛି । ତେଣୁ ବାପା ପୁଅକୁ ମୋବାଇଲରେ ଗେମ୍ ନ ଖେଳିବା ପାଇଁ ପୁଅକୁ ବୁଝାଇ ଅନ୍ୟ କାମକୁ ଚାଲିଯାଇଥିଲେ । ଏହାପରେ ତରୁଣ ବାପାଙ୍କ କଥାକୁ ନ ବୁଝିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପଂହଚି ତାନାଘନା କରୁଛି ।

Comments are closed.