କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଜାମଦରା ଗାଁରୁ ଆସିଛି ଏକ ଦୁଃଖଦ ଖବର । ମୋବାଇବ ଗେମ୍ ପାଇଁ ଏହି ଗାଁର ଜଣେ ନାବାଳକ ତରୁଣ ଗଣ୍ଡ ଆତ୍ମହତ୍ୟା କରିଥିବା ଅଭିୋଗ ହୋଇଛି । ଖବର ଅନୁସାରେ, ଏହି ଗାଁର ୧୫ ବର୍ଷିୟ ତରୁଣ ଗଣ୍ଡ ରାଇଘର ଆଦର୍ଶ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।
ମହାମାରୀ ପାଇଁ ସବୁ ବନ୍ଦ ରହିଛି । ତେଣୁ ବାପା ପୁଅକୁ ମୋବାଇଲରେ ଗେମ୍ ନ ଖେଳିବା ପାଇଁ ପୁଅକୁ ବୁଝାଇ ଅନ୍ୟ କାମକୁ ଚାଲିଯାଇଥିଲେ । ଏହାପରେ ତରୁଣ ବାପାଙ୍କ କଥାକୁ ନ ବୁଝିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରେ ପଂହଚି ତାନାଘନା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/13-29.jpg)