କନକ ବ୍ୟୁରୋ : ସାମ୍ନାକୁ ଆସିଲା ଏକ ସମ୍ବେଦନଶୀଳ ଖବର । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଷ୍ଟେଟ୍ ମିଟ୍ ଖେଳିବାକୁ ଆସିଥିବା ୧୬ ବର୍ଷର ଛାତ୍ରକୁ ନିର୍ଯାତନା ଦିଆଯାଇଛି । ରାଉରରେଲାର ଛାତ୍ରଙ୍କୁ ଭୁବନେଶ୍ୱରରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, କେବଳଯେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଛି ତା ନୁହେଁ । ୩ଜଣ ସିନିୟର ନିର୍ଯାତନା ଦେବା ସହ ମୋବାଇଲରେ ଭିଡିଓ କରିଥିବା ଅଭିଯୋଗ ହୋଇଛି । ନିର୍ଯାତନାର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ର ଜଣକ । କିନ୍ତୁ ଆତ୍ମହତ୍ୟା ଉଦ୍ୟମ ବେଳେ ପୁଅକୁ ଉଦ୍ଧାର କରିଥିଲେ ମାଆ । ଏହା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଏବେ ଏହି ଘଟଣା ନେଇ ଡିସିପିଙ୍କୁ ଭେଟି କାର୍ଯାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ ।
ସେପଟେ ଏହି ମାମଲା ନେଇ ପ୍ରତିକ୍ରିୟା ରଖିଚନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ସେ କହିଛନ୍ତି ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି । ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି । ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ