ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ : ସିଂହଦ୍ୱାର ଥାନାରେ ନାବାଳିକା ପରିବାର ପକ୍ଷରୁ ଏତଲା

ପକ୍ସୋ ଆଇନରେ ମାମଲା ରୁଜୁ କରି ଅଭିଯୁକ୍ତ ପୂଜକକୁ ଅଟକ ରଖିଲା ପୋଲିସ

985

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରରେ ଥିବା ବାମନ ମନ୍ଦିରରେ ଘଟିଛି ଅଘଟଣ । ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକ । ଅଭିଯୋଗକୁ ଆଧାର କରି ପକ୍ସୋ ଆଇନରେ ମାମଲା ରୁଜୁ କରିଛି ପୋଲିସ । ଅଭିଯୁକ୍ତ ପୂଜକକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ସିଡବ୍ଲୁସିରେ ନାବାଳିକାଙ୍କୁ କାଉନସେଲିଂ କରି ତାଙ୍କ ବୟାନ ରେକର୍ଡ କରାଯାଇଛି । ନାବାଳିକା ଜଣକ ପୁରୀ ବାହାରର ହୋଇଥିବା ବେଳେ ଗତକାଲି ତାଙ୍କ ସମ୍ପର୍କୀୟଙ୍କ ସହ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଶୁକ୍ରବାର ଅପରାହ୍ନ ୨ଟାରୁ ୩ଟା ଭିତରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।